ବିଧାୟକ ପ୍ରଦୀପ ମାମଲା: ସିଡି ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

ଭୁବନେଶ୍ୱର,୪ ।୧ : ଠକେଇ ଘଟଣାରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ମାମଲାରେ କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି । ଏନେଇ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ତେବେ ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ୩ ତାରିଖ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇ ପ୍ରଦୀପଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବୀ ଜ୍ବାଇଁ ଆକାଶ ପାଠକ ଅନେକ ଶିକ୍ଷିତ ଯୁବକଙ୍କୁ ଠକିଥିବା ଅଭିଯୋଗ ରହିଛି। ଏହା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କୃତ କରିଥିଲେ। ପରେ କ୍ରାଇମବ୍ରାଞ୍ଚ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିଥିବା ବେଳେ ସେ ଏବେ ଝାରପଡ଼ା ଜେଲ୍‌ରେ ରହିଛନ୍ତି।

Comments are closed.