ସୁନ୍ଦର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ବଟର

ବିଭିନ୍ନ ଜିନିଷ ମଧ୍ୟରୁ ବଟର ମୁହଁ ପାଇଁ କେତେ ଉପକାରୀ ତାହା ହୁଏତ ସଭିଁଙ୍କୁ ଜଣାନଥାଏ । ଜାଣନ୍ତୁ ତ୍ୱଚା ପାଇଁ ବଟରକୁ କିଭଳି ବ୍ୟବହାର କରିବେ । ଗୋଲାଜଳ ଓ ବଟରକୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ । ଏହାଦ୍ୱାରା ମୁହଁ ସଜେତ ଦେଖାଯିବା ସହ ମୁହଁର ଚମକ ବୃଦ୍ଧି ପାଇଥାଏ ।
ଆମ୍ବରେ ଭିଟାମିନ ସି ଓ ଏ ରହିଛି । ଯାହା ଶୁଷ୍କ ତ୍ୱଚାକୁ କୋମଳ କରିଥାଏ । ତ୍ୱଚାର ଚମକ ମଧ୍ୟ ବୃଦ୍ଧି କରେ । ଆମ୍ବ ରସରେ ବଟର ମିଶାଇ ଲଗାଇବା ଦ୍ୱାରା ଏହାର ଦ୍ୱିଗୁଣା ଲାଭ ମିଳିଥାଏ ।
କଦଳୀ ଓ ବଟରକୁ ମିଶାଇ ଏହି ଫେସ୍‍ ମାସ୍କକୁ ଲଗାଇବା ଦ୍ୱାରା ତ୍ୱଚାରେ ଏକ ପ୍ରକାର ପ୍ରାକୃତିକ ଚମକ ଆସିଥାଏ । ଉଜ୍ଜ୍ୱଳ ଦେଖା ଯାଇଥାଏ ।
ଅଲିଭ୍‍ ଅଏଲ ଓ ବଟରକୁ ମିଶାଇ ଗାଧୋଇବା ପୂର୍ବରୁ ଲଗାନ୍ତୁ । ଏହା ମଧ୍ୟ ତ୍ୱଚାକୁ କୋମଳ କରିବା ସହ ଚମକ ବୃଦ୍ଧି କରିଥାଏ ।
ବଟର ତ୍ୱଚା ପାଇଁ ମଶ୍ଚରାଇଜର ଭଳି କାମ କରେ । ବଟର ସହ ଷ୍ଟ୍ରବେରୀ ମିଶାଇ ଲଗାଇବା ଦ୍ୱାରା ମୁହଁ ସଫା ହୋଇ ଅପରିଷ୍କାର ପଦାର୍ଥ ବାହାର କରିଥାଏ ।
ତ୍ୱଚାରେ ଶୁଷ୍କପଣ ରହିବା ସହ ଲାଲ ଦାଗ ଭଳି ହେଉଥିଲେ କାକୁଡି ରସରେ ବଟର ମିଶାଇ ବ୍ୟବହାର କରିପାରିବେ । ଏହାକୁ ମିଶାଇ ମୁହଁରେ ଲଗାଇ କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ ।
ହଳଦୀରେ ବଟର ମିଶାଇ ଲଗାଇବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇବା ସହ ଏହାକୁ ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ । ଏହାଦ୍ୱାରା ମୁହଁ ଗୋରା ମଧ୍ୟ ହୋଇଥାଏ ।
ଗାଜରରେ ଭିଟାମିନ ଏ ରହିଛି । ଏହା ତ୍ୱଚା ପାଇଁ ଖୁବ ଉପକାରୀ । ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଗାଜରକୁ ପେଷି ଏଥିରେ ବଟର ମିଶାଇ ମୁହଁରେ ଲଗାନ୍ତୁ । କିଛି ସମୟ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ । ଏହା ତ୍ୱଚାର ସୁନ୍ଦରତା ବୃଦ୍ଧି କରେ।

Comments are closed.