ଲିଭ-ଇନ୍‌ ନୁହେଁ, ୟୁଜ ଆଣ୍ଡ ଥ୍ରୋ

ତିରୁଅନନ୍ତପୁରମ୍‌: ଆଜିକାଲିର ଯୁବପିଢ଼ି ଭାବୁଛନ୍ତି କି ବିବାହ କଲେ ସେମାନଙ୍କ ସ୍ୱାଧୀନତା ଆଉ ରହିବ ନାହିଁ । ତେଣୁ ସେମାନେ ବିବାହ ବନ୍ଧନରୁ ଦୂରେଇ ରହୁଛନ୍ତି । ବିବାହ ବନ୍ଧନରେ ବାନ୍ଧି ହେବା ବଦଳରେ ଲିଭ-ଇନ ରେ ରହିବାକୁ ପସନ୍ଦ କରୁଛନ୍ତି । ଫଳରେ ସମାଜରେ ୟୁଜ ଆଣ୍ଡ ଥ୍ରୋ ସଂସ୍କୃତି ବଢିବାରେ ଲାଗିଛି । ଏକ ପତି- ପତ୍ନୀଙ୍କ ବିବାହ ଓ ଛାଡପତ୍ର ମାମଲାରେ ବିଚାର କରି କେରଳ ହାଇକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି । ବିବାହ ନାମରେ ସମାଜରେ ପ୍ରଚଳିତ ଏଭଳି ଖେଳକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ହାଇକୋର୍ଟ ।

ହାଇକୋର୍ଟ ବିଚାରପତି ମହମ୍ମଦ ମୁସ୍ତାକ ଓ ସୋଫି ଥୋମାସଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ୟୁଜ ଆଣ୍ଡ ଥ୍ରୋ ସଂସ୍ପୃତି ଆମର ବୌବାହିକ ସମ୍ବନ୍ଧକୁ ପ୍ରଭାବିତ କରୁଛି । ୨୦୧୮ରୁ ପତ୍ନୀଙ୍କ ଠାରୁ ଅଲଗା ହୋଇଥିବା ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଦାୟାର ଛାଡପତ୍ର ମାମଲାର ଶୁଣାଣି କରିବା ଅବସରରେ

ହାଇକୋର୍ଟ କହିଛନ୍ତି ଏକଦା କେରଳ ଦେବଭୂମୀ କୁହାଯାଉଥିଲା । ନିଜର ସଂସ୍କୃତି ପାଇଁ ଏହି ରାଜ୍ୟ ଦେଶ ବିଦେଶରେ ପରିଚିତ ଥିଲା । ପରିବାରେ ସ୍ନେହ ,ପ୍ରେମ ଓ ଉତ୍ତମ ସମ୍ପର୍କ ରହୁଥିଲା । ବର୍ତ୍ତମାନର ପ୍ରବୃତ୍ତି ତୁଚ୍ଛ, ସ୍ୱାର୍ଥ ଓ ବିବାହୋତ୍ତର ଅନୈତିକ ସମ୍ପର୍କ ଓ ଛାଡପତ୍ର ଭଳି ସମସ୍ୟା ବଢ଼ିବାରେ ଲାଗିଛି । ହାଇକୋର୍ଟ କହିଛନ୍ତି ବର୍ତ୍ତମାନ ଯୁବପିଢି ଭାବୁଛନ୍ତି ବିବାହ ଏକ ଖରାପ ପରମ୍ପରା । ଭାବୁଛନ୍ତି ବିବାହ କଲେ ତାଙ୍କ ଉପରେ ଦାୟୀତ୍ୱ ଚାଲିଆସିବ । ତେଣୁ ପତ୍ନୀ ଶବ୍ଦକୁ ଯୁବକମାନେ ଚିନ୍ତାର ବିଷୟ ଭାବେ ଭାବୁଛନ୍ତି ।

ସେହିପରି ଭାବରେ ଅନ୍ୟ ଏକ ଘଟଣା ଆଧାରରେ, ୨୦୦୬ ରେ ଦିଲ୍ଲୀରେ କାମ କରିବା ଭିତରେ ଯୁବକ-ଯୁବତୀଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା । ଏବଂ ୨୦୦୯ ରେ ସେମାନେ ବିବାହ କରିଥିଲେ । ୨୦୧୭ ପର୍ଯ୍ୟନ୍ତ ତାଙ୍କ ସମ୍ପର୍କ ସବୁ ଠିକ ଥିଲା । ସେମାନଙ୍କର ୪ ଝିଅ ହୋଇଥିଲା ।

କିନ୍ତୁ ପତିଙ୍କର ଅନ୍ୟଜଣେ ମହିଳାଙ୍କ ସହିତ ସମ୍ପର୍କ ହେବାରୁ ବିବାଦ ବଢିଥିଲା । ତେଣୁ ପତି ପ୍ରଥମେ ଆଳପୁଝା ପରିବାର ଅଦାଲତରେ ଛାଡପତ୍ରର ଆବେଦନ କରିଥିଲେ । ମାତ୍ର ତାହା ଖାରଜ ହେବାରୁ ସେ ହାଇକୋର୍ଟ ଆସିଥିଲା । ହାଇକୋର୍ଟ ମଧ୍ୟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

Comments are closed.