ପାଣିରେ ବୁଡି ଦୁଇ ବର୍ଷର ଝିଅର ମୃତ୍ୟୁ

ଟାଙ୍ଗୀ (ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ପଞ୍ଚାୟତ ରମାବିଲି ଗ୍ରାମର ପ୍ରକାଶ ପ୍ରଧାନଙ୍କ ଦୁଇ ବର୍ଷର ଝିଅ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି | ପ୍ରକାଶ ପ୍ରଧାନଙ୍କ ଦୁଇ ବର୍ଷର ଝିଅ ଆରାଧ୍ୟ ନିଜ ଜେଜେ ବାପା ଙ୍କ ସହିତ ବିଲକୁ ଯିବାକୁ ସକାଳ ୭ ଟା ବେଳେ କାନ୍ଦିବା ରୁ ଜେଜେ ଗୋଟେ କୁରୁକୁରେ ଖାଇବାକୁ ଦେଇ ଝିଅ ଘର ଦାଣ୍ଡଦୁଆର ରେ ବସିଥିବାବେଳେ ଜମିକୁ ଚାଲିଯାଇଥିଲେ। ଝିଅ କିଛି ସମୟ ପରେ ଉକ୍ତ ବାଟ ଦେଇ ବିଲକୁ ଯିବାବେଳେ ଅସାବଧାନତା କାରଣରୁ ବିଲ ପାଣି ଭିତରକୁ ଗୋଡ ଖସି ଯିବାରୁ ଆଉ ପାଣିରୁ ବାହାରି ନପାରି ପାଣିରେ ବୁଡିି ମୃତ୍ୟୁ ବରଣ କରିଥିଲେ । ପରେ ପରିବାର ଲୋକେ ସବୁଆଡେ ଖୋଜି ଶେଷରେ ବିଲ ପାଣିରେ ଭାସୁ ଥିବାର ଦିନ ଗୋଟାଏ ବେଳକୁ ଦେଖିବାକୁ ପାଇଲେ। ଏ ନେଇ ଜଂକିଆ ଥାନାରେ ଏକ ଅଭିଯୋଗ କରାଯିବ ପରେ ଜଂକିଆ ପୋଲିସ ଶିଶୁ କନ୍ୟାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇଛି।

Comments are closed.