ଚମ୍ପାଇ ସୋରେନଙ୍କ ସରକାରରେ ଅସ୍ଥିରତା

ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ ସରକାରରେ ଅସ୍ଥିରତା । ମନ୍ତ୍ରୀପଦ ନପାଇବା କାରଣରୁ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ, ନିଜ ଦଳର ବିଧାୟକ ମଧ୍ୟ ଦଳରୁ ଇସ୍ତଫା ପାଇଁ ଦେଲେ ଚେତାବନୀ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି ଚମ୍ପାଇ ସୋରେନ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ମନ୍ତ୍ରୀ ଶପଥ ନେଇଥିଲେ । ଶୁକ୍ରବାର ବସନ୍ତ ସୋରେନଙ୍କ ସମେତ ମୋଟ ୮ଜଣ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି । ତେବେ କଂଗ୍ରେସରୁ ୪ଜଣଙ୍କୁ ମନ୍ତ୍ରୀ କରାଯାଇଥିବା ବେଳେ ପୁରୁଣା ମୁହଁକୁ ରିପିଟ କରାଯାଇଥିବାରୁ ଦଳର ୧୨ଜଣ ବିଧାୟକ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।

ଏନେଇ ବିଧାୟକ ମାନେ କଂଗ୍ରେସ ସଭାପତି ରାଜେଶ ଠାକୁରଙ୍କୁ ଭେଟି ପ୍ରତିବାଦ ଜଣାଇଛନ୍ତି । ସେହିପରି ମନ୍ତ୍ରୀପଦ ନପାଇବା କାରଣରୁ ଜେଏମଏମର ଜଣେ ବିଧାୟକ ବୈଦନାଥ ରାମ ମଧ୍ୟ ମନ୍ତ୍ରୀପଦ ନମିଳିଲେ ଦଳ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି । ଯାହାକୁ ନେଇ ଚମ୍ପାଇ ସୋରେନ ସରକାରର ଅଡୁଆ ବଢିଛି ।

Comments are closed.