ସାଇକେଲ , ବାଇକ ମେକାନିକରୁ କେନ୍ଦ୍ରମନ୍ତ୍ରୀ । ଚର୍ଚ୍ଚାରେ ବୀରେନ୍ଦ୍ର କୁମାର

ମୋଦୀଙ୍କ ସହିତ ନୂଆ ମେଣ୍ଟ ସରକାରର ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।

ଏହି କ୍ରମରେ ୮ଥର ସାଂସଦ ହୋଇଥିବା ବୀରେନ୍ଦ୍ର କୁମାର ଟିକମଗଢ଼ ଆସନରୁ କ୍ରମାଗତ ଭାବେ ଚତୁର୍ଥଥର ବିଜୟୀ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ବୀରେନ୍ଦ୍ର କୁମାର ରାଜନୀତିକୁ ଆସିବା ପୂର୍ବରୁ ତାଙ୍କର ଜୀବନ କିପରି ଥିଲା।:

ବୀରେନ୍ଦ୍ର କୁମାର ଖଟିକ୍ ୧୯୫୪ ମସିହା ଫେବୃଆରୀ ୨୭ ତାରିଖରେ ମଧ୍ୟପ୍ରଦେଶର ସାଗରର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବୀରେନ୍ଦ୍ର କୁମାର ଅନେକ ସଂଘର୍ଷ କରି କଠିନ ପରିଶ୍ରମ ସହିତ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରି ହାସଲ କରିଥିଲେ । ପିଲାଦିନେ ବୀରେନ୍ଦ୍ର କୁମାର ତାଙ୍କ ପିତାଙ୍କ ସହ ସାଗରରେ ସାଇକେଲ-ସ୍କୁଟର ପଙ୍କଚର ମରାମତି କରୁଥିଲେ। ତାଙ୍କର ଏକ ପୁରୁଣା ସ୍କୁଟର ଥିଲା, ଯେଉଁଥିରେ ସେ ନିଜ ନିର୍ବାଚନମଣ୍ଡଳୀରେ ବୁଲୁଥିଲେ । ପିଲାଟି ଦିନରୁ ବୀରେନ୍ଦ୍ର କୁମାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ଜଡ଼ିତ ଥି‌ଲେ। ସେ ୧୯୭୫ରେ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସାମିଲ ଥିଲେ। ୧୯୮୨ ରୁ ୧୯୮୪ ପର୍ୟ୍ୟନ୍ତ ସେ ବିଜେପି ଯୁବା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ। ୧୯୮୭ରେ ସେ ବଜରଙ୍ଗ ଦଳର ଜିଲ୍ଲା ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୯୫ ମସିହାରେ ତାଙ୍କୁ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟସଭାପତି କରାଯାଇଥିଲା।

 

Comments are closed.