ପୋଲାଣ୍ଡ ଉପରେ ଋଷ ନୁହେଁ ୟୁକ୍ରେନ କରିଛି କ୍ଷେପଣାସ୍ତ୍ର କରିଛି ମାଡ଼, ଆମେରିକା
ନୂଆଦିଲ୍ଲୀ : ରୁଷ୍ ଦ୍ବାରା ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଛି ବୋଲି ପୋଲାଣ୍ଡ ଦାବି କରିବା ପରେ ନାଟୋ ରାଷ୍ଟ୍ରମାନେ ତୁରନ୍ତ ଏକଜୁଟ ହୋଇ ରୁଷ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ଏହି କ୍ଷେପଣାସ୍ତ୍ର ପ୍ରକୃତରେ ୟୁକ୍ରେନ୍ ଦ୍ବାରା ଛଡ଼ାଯାଇଛି ବୋଲି ଜଣାପଡ଼ିବା ପରେ ତୃତୀୟ ବିଶ୍ବଯୁଦ୍ଧ ବିପଦ ଟଳିଯାଇଛି। ରୁଷ୍ କ୍ଷେପଣାସ୍ତ୍ରକୁ ଅଟକାଇବା ପାଇଁ ୟୁକ୍ରେନ୍ ଛାଡ଼ିଥିବା କ୍ଷେପଣାସ୍ତ୍ର ପୋଲାଣ୍ଡରେ ମାଡ଼ହୋଇଥିବା ନେଇ ପ୍ରମାଣ ମିଳିବା ପରେ ନାଟୋ ରାଷ୍ଟ୍ରମାନଙ୍କ ଦାବି ଭିତ୍ତିହୀନ ସାବ୍ୟସ୍ତ ହୋଇଛି।
ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ମଧ୍ୟ ଏହି ଆକ୍ରମଣ ପାଇଁ ରୁଷ୍କୁ କଡ଼ା ସମାଲୋଚନା କରିଥିଲେ। ପଶ୍ଚିମ ରାଷ୍ଟ୍ରମାନେ ମଧ୍ୟ ଏହି କ୍ଷେପଣାସ୍ତ୍ର ମାଡ଼ ପ୍ରସଙ୍ଗରେ ରୁଷ୍କୁ ସିଧାସଳଖ ଦାୟୀ କରିଥିଲେ। କିନ୍ତୁ ରୁଷ୍ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲା। ଇତି ମଧ୍ୟରେ ୩ ଜଣ ଆମେରିକୀୟ ଅଧିକାରୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ପୋଲାଣ୍ଡରେ ମାଡ଼ ହୋଇଥିବା ମିସାଇଲ ରୁଷ୍ର ନୁହେଁ। ପୋଲାଣ୍ଡରେ ମିସାଇଲ ମାଡ଼ ହେବାପରେ ଜି-୨୦ ବୈଠକ ପାଇଁ ବାଲିରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବିଶ୍ବ ନେତାମାନଙ୍କ ସହ ଏକ ଜରୁରୀ ବୈଠକ କରିଥିଲେ। ବାଇଡେନ କହିଛନ୍ତି, ପୋଲାଣ୍ଡରେ ମାଡ଼ ହୋଇଥିବା କ୍ଷେପଣାସ୍ତ୍ର ରୁଷ୍ର ବୋଲି ପ୍ରମାଣ ନାହିଁ। ଆମେରିକାର ଏଭଳି ଆଭିମୁଖ୍ୟକୁ ରୁଷ୍ ପ୍ରଶଂସା କରିଛି।
Comments are closed.