ରାଉରକେଲାରେ କାନ୍ଥ ଭୁଶୁଡି ଦୁଇ ଶିଶୁ ମୃତ

ରାଉରକେଲାର ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମ ଅଞ୍ଚଳରେ ଗତକାଲି ଏକ ଦୁଃଖଦପୁର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ସେଠାରେ ଥିବା ୧୦ ନମ୍ବର ୱାର୍ଡର କାନ୍ଥ ଭୁଶୁଡି ଦୁଇଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପିତାମାତା ଗୁରୁତର ଆହତ ହୋଇଛନ୍ତି । ଖବର ଅନୁସାରେ, ପିତାମାତାଙ୍କ ସହ ୪ ଓ ୫ ବର୍ଷର ସୌମ୍ୟା ଓ ସୁଜାତା ନାମକ ଦୁଇ ଝିଅ ଶୋଇଥିବାବେଳେ ହଠାତ୍ କାନ୍ଥ ଭୁଶୁଡି ପଡିଥିଲା । ଏନେଇ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ନେଇଥିଲେ, ପରନ୍ତୁ ସେଠାରେ ଦୁଇ ଝିଅଙ୍କୁ ମୃତ ବୋଲି ଘୋଷଣା କରିଥିଲେ ଡାକ୍ତର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

Comments are closed.