ଭବାନୀପାଟଣା ଜେଲରୁ ଚମ୍ପଟ ମାରିଲା କଏଦୀ

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଭବାନୀପାଟଣା ଜେଲରୁ ଆଜି ଏକ କଏଦୀ ଚମ୍ପଟ ମାରିଛି । କଏଦୀ ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକର ଭବସାଗର ଶବର । ନାରୀ ନିର୍ଯ୍ୟାତନା ମାମଲାରେ ୭ ବର୍ଷ ଜେଲ୍ ଦଣ୍ଡ ମିଳିଥିଲା ଭବସାଗରଙ୍କୁ, ସେଥିରୁ ସେ ଚାରିବର୍ଷ କାରଗାରରେ ରହିଥିବାବେଳେ ଆଉ ମାତ୍ର ତିନି ବର୍ଷ ବାକି ଥିଲା । ପରନ୍ତୁ ଆଜି ବଗିଚା କାମ କରିବାପାଇଁ ଯାଇଥିବାବେଳେ ସୁରକ୍ଷା କର୍ମୀଙ୍କ ଆଖିରେ ଧୂଳି ଦେଇ ଖସି ପଳାଇଛନ୍ତି ଭବ । ଏନେଇ ଭବାନୀପାଟଣା ଟାଉନ୍ ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ କରିବା ଆରମ୍ଭ କରିଦେଇଛି ।

Comments are closed.