ଦ୍ୱିତୀୟ ବିବାହ ପାଇଁ ମନା କରିବାରୁ ପିତାକୁ ପିଟି ହତ୍ୟା

ଭିନ୍ନ ଭିନ୍ନ କାରଣ ନେଇ ସମାଜରେ କେବେ ବାପ ପୁଅକୁ ମାରିଲାଣି ତ ଆଉ କେବେ ପୁଅ ବାପକୁ । ତେବେ ଏପରି ଏକ ଅମାନୁଷିଙ୍ଗ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ୭ ନମ୍ୱର ୱାର୍ଡର ନାଗବଣୀ ଗାଁରେ ଦେଖିବାକୁ ମିଳିଛି, ଯେଉଁଠି ବାପାକୁ କାଠ ଫାଳିଆରରେ ପିଟି ହତ୍ୟା କରିଛି ପୁଅ । ଖବର ଅନୁସାରେ, ମୃତ କ୍ଷୀର ପଢିଆଳଙ୍କ ପୁଅ ସତ୍ୟବାନ୍ ଦ୍ୱିତୀୟ ବିବାହ ପାଇଁ ଜିଦି ଧରିଥିଲେ । ଯାହାକୁ ପିତା ବିରୋଧ କରିବାରୁ ଦୁହିଁଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା । ଏଥିରେ କ୍ଷୁବ୍ଧ ହୋଇ ସତ୍ୟବାନ୍ ପାଖରେ ଥିବା କାଠ ଫାଳିଆରେ ପିଟି ହତ୍ୟା କରିଛି ପିତାକୁ । ଏନେଇ ସ୍ଥାନୀୟ ଲୋକମାନେ ସତ୍ୟବାନଙ୍କୁ ଗଛରେ ବାନ୍ଧି ପୋଲିସଙ୍କୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।

Comments are closed.