ପ୍ରତ୍ୟାହୃତ ହେଲା ଟ୍ରକ୍ ଧର୍ମଘଟ

ଜାତୀୟ ସ୍ତରରେ ଚାଲିଥିବା ଟ୍ରକ୍ ଧର୍ମଘଟ ଆଜି ପ୍ରତ୍ୟାହୃତ ହୋଇଛି । ଟ୍ରକ୍ ସଙ୍ଗଠନ ପକ୍ଷରୁ କରାଯାଇଥିବା ଦାବିଗୁଡିକ ଉପରେ ବିଚାର କରାଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେବାରୁ ଏହି ଧର୍ମଘଟକୁ ବନ୍ଦ କରାଯାଇଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଟ୍ରକ୍ ଧର୍ମଘଟରେ ପ୍ରାୟଃ ୯୦ ଲକ୍ଷରୁ ଉର୍ଦ୍ଧ ଟ୍ରକ୍ ଯୋଗଦେଇଥିଲା, ଯେଉଁଥିରେ ଓଡିଶାରୁ ଟ୍ରକ୍ ସଂଖ୍ୟା ଥିଲା୨ଲକ୍ଷ । ଟ୍ରକ୍ ଧର୍ମଘଟ ଦ୍ୱାରା ଦେଶର ଅର୍ଥନୀତିରେ ୫୦ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ବୋଲି ସୂଚନା ମିଳିଛି ।

Comments are closed.