ଏକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ

ନ୍ୟୁୟର୍କ: ୨୦୧୬ ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ଜଣେ ‘ପର୍ଣ୍ଣ ଷ୍ଟାର୍‌’ଙ୍କୁ ‘ହସ୍‌ ମନି’ (ଲଜ୍ଜାକର କଥା ପ୍ରଘଟ ନ କରିବାକୁ ଦିଆଯିବା ଅର୍ଥ) ଦିଆଯାଇଥିବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ନ୍ୟୁୟର୍କର ଏକ ‘ଗ୍ରାଣ୍ଡ୍‌ ଜୁରି’ ଅଭିଯୁକ୍ତ କରିଛନ୍ତି।

ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତି ଅପରାଧିକ ମାମଲାରେ ସମ୍ମୁଖୀନ ହେବାରେ ଏହା ହେଉଛି ପ୍ରଥମ ଘଟଣା। କିନ୍ତୁ, ତାଙ୍କ ନାମରେ ଆଗତ ଏହି ଅଭିଯୋଗକୁ ସାର୍ବଜନୀନ କରାଯାଇ ନାହିଁ।

୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ୍‌ଙ୍କ ବ୍ୟକ୍ତିଗତ ଓକିଲ ‘ପର୍ଣ୍ଣ ଷ୍ଟାର୍‌’ (ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଚଳଚ୍ଚିତ୍ରର ପାତ୍ରୀ) ଷ୍ଟର୍ମି ଡାନିଏଲ୍‌ଙ୍କୁ ପ୍ରଦାନ କରିଥିବା ଅର୍ଥ ଘଟଣାରେ ଦୀର୍ଘ ଏକ ବର୍ଷ ତଦନ୍ତ କରାଯିବା ପରେ ନ୍ୟୁୟର୍କରେ ଟ୍ରମ୍ପ୍‌ଙ୍କୁ ଅଭିଯୁକ୍ତ କରାଯାଇଛି।

Comments are closed.