ଆସନ୍ତାକାଲି ଶଙ୍ଖ ଫୁଂକିବେ ପ୍ରଦୀପ !!

ଭୁବନେଶ୍ୱର :ଆସନ୍ତାକାଲି ଶଙ୍ଖ ଫୁଂକିବେ ପ୍ରଦୀପ | ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ପ୍ରଦୀପ ମାଝୀ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ । ନବରଙ୍ଗପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହେବାକୁ ଥିବା ମିଶ୍ରଣ ପର୍ବରେ ନିଜ ସମର୍ଥକ ମାନଙ୍କୁ ଧରି ବିଜେଡି ସାଂଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ମିଶିବେ ।
ତେବେ ପୂର୍ବରୁ ବିଜେଡିରେ ମିଶିବା ନେଇ ପ୍ରଦୀପ ମାଝୀ ସୂଚନା ଦେଇଥିଲେ । ଅକ୍ଟୋବର ୨୨ ତାରିଖରେ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ପତ୍ରରେ ଉଲ୍ଲେଖ କରି ପଠାଇଥିଲେ । ରାଜ୍ୟବାସୀଙ୍କ ପାଖରେ କଂଗ୍ରେସ ତାର ବିଶ୍ୱସନୀୟତା ହରାଇଥିବା ପ୍ରଦୀପ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ।

ସେହିପରି ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ । ମାତ୍ର ବିଜେଡି ସହାୟତାରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଥିଲେ । ଅପରପଟେ ପ୍ରଦୀପ ବିଜେଡିରେ ମିଶିଲେ ବି କଂଗ୍ରେସ ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ ବୋଲି ଦଳର ବରିଷ୍ଠ ନେତା ମାନେ ପୂର୍ବରୁ ମଧ୍ୟ କହିଥିଲେ |

 

Comments are closed.