ଆଜି ପାରାଦୀପ ଗସ୍ତରେ ଯିବେ ରାଷ୍ଟ୍ରପତି, ବୋଇତ ବନ୍ଦାଣ ଉତ୍ସବ ଦେବେ ଯୋଗ

ପାରାଦୀପ: ଆଜି ପାରାଦୀପ ଯିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେଠାରେ ବୋଇତ ବନ୍ଧାଣ ଉତ୍ସବର ଉଦଘାଟନ କରିବେ ମହାମହିମ । ଆଜି ସକାଳ ସାଢେ ୮ ଟାରେ ତାଙ୍କ କାରକେଟ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ଯିବେ । ସେଠାରୁ ବାୟୁନୋର ସ୍ୱତନ୍ତ୍ର ବିମାନରେ ପାରାଦୀପ ଯିବେ । ଏଥିପାଇଁ ମୋଟ ୩ଟି ହେଲିକ୍ୟାପ୍ଟର ବ୍ୟବସ୍ଥା କରାଯାଇଛି । ପ୍ରାୟ ୯ ଟା ବେଳେ ରାଷ୍ଟ୍ରପତି ପାରାଦୀପରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

ତେବେ ପାରାଦୀପର ନେହେରୁ ବଙ୍ଗଳାରେ ରାଷ୍ଟ୍ରପତି ମଧ୍ୟାନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ପାରାଦୀପରୁ ଅପରାହ୍ଣରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବାର କାଯ’୍ୟସୂଚୀ ରହିଛି । ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ବନ୍ଦର ନଗରୀ । ରାସ୍ତା ଘାଟ ପୁରା ଚକଚକ୍ କରାଯାଇଛି । କାନ୍ଥବାଡରେ ରଙ୍ଗବେରଙ୍ଗର ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ସାଧାରଣ ଜନତାଙ୍କ ଠାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗସ୍ତକୁ ନଜରରେ ରଖି ପାରାଦୀପରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ରାଜଭବନରେ ପହଂଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ତେବେ ନିର୍ଦ୍ଧାରିତ ସମୟର ୨୦ ମିନିଟ ପୂର୍ବରୁ ରାଷ୍ଟ୍ରପତିଙ୍କ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଂଚିଥିଲେ ମହାମହିମ । ଏହାପରେ ଏ କଡା ସୁରକ୍ଷା ବଳୟରେ ରାଷ୍ଟ୍ରପତି ରାଜଭବନରେ ପହଂଚିଥିଲେ । ସେଠାରେ ରାତ୍ରୀ ଯାପନ କରିଛନ୍ତି ମହାମହିମ । ଆସନ୍ତାକାଲି ସକାଳେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ପାରାଦୀପ ଯିବା କାର୍ଯ୍ୟକ୍ରମ ରହିଛି ।

Comments are closed.