ଆଜି ବିଶ୍ବ ସିଂହ ଦିବସ

ଅଗଷ୍ଟ ୧୦ ତାରିଖକୁ ବିଶ୍ବ ସିଂହ ଦିବସ ରୂପେ ପାଳନ କରା ଯାଉଛି। ଏ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋପ ପାଇବାକୁ ବସିଥିବା ସିଂହମାନଙ୍କ ବଂଶକୁ ସୁରକ୍ଷା ଓ ସଂରକ୍ଷଣ କରି ସେମାନଙ୍କ ବଂଶ ବୃଦ୍ଧି କରାଇବା ଲାଗି ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା। ୨୦୧୩ ମସିହାରୁ ଏହାକୁ ପାଳନ କରା ଯାଉଛି।

ଏବେ ବିଶ୍ବର ସିଂହ ସଂଖ୍ୟ ୫୦ ହଜାର ଭିତରେ ରହିଛି। ଭାରତରେ ଦେଖାଯାଉଥିବା ପ୍ରଜାତିକୁ ଏସୀୟ ସିଂହ କୁହାଯାଇଥାଏ। ବିଶେ‌ଷକରି ଗୁଜୁରାଟର ଗିର୍‌ ଜଙ୍ଗଲରେ ଏହି ସିଂହ ଦେଖିବାକୁ ମିଳନ୍ତି। ସିଂହଙ୍କ ସୁରକ୍ଷା ପାଇଁ ଗୁଜରାଟ ସରକାରଙ୍କର ବିଭିନ୍ନ ପଦକ୍ଷେପ ଯୋଗୁଁ ଗିର୍‌ରେ ୧୯୯୦ରେ ୨୮୪ଟି ସିଂହ ଥିବାବେଳେ ‌୨୦୨୦ ମସିହା ଗଣନା ଅନୁସାରେ ତାହା ୬୭୪ରେ ପହଞ୍ଚିଛି। ସେହିପରି ନନ୍ଦନକାନନକାନନ ପ୍ରାଣୀ ଉଦ୍ୟାନରେ ୧୯୮୫ ମସିହାରେ ସିଂହବଂଶ ବୃଦ୍ଧି ହୋଇ ସର୍ବାଧିକ ୫୬ରେ ପହଞ୍ଚି ଚର୍ଚ୍ଚାର ବିଷୟ ପାଲଟିଥିଲା। ନନ୍ଦନକାନନରେ ସିଂହଙ୍କର ସଫଳ ପ୍ରଜନନ ହୋଇ ବଂଶବୃଦ୍ଧି ହେଉଥିବାରୁ ୧୯୮୫ ମସିହାରେ ସିଂହ ସଫାରି ନିର୍ମାଣ କରାଯାଇଥିଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହାକୁ ଉଦ୍‌ଘାଟନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଏତେ ସଂଖ୍ୟକ ସିଂହଙ୍କୁ ନେଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଥିଲେ। ନନ୍ଦନକାନନର ସିଂହ ବଂଶବୃଦ୍ଧିରେ ରୋକ୍‌ ଲଗାଇବାଲାଗି ସିଂହ ଓ ସିଂହୀମାନଙ୍କୁ ପରସ୍ପର ଠାରୁ ଅଲଗା କରି ରଖିବା ସହିତ ଅସ୍ତ୍ରୋପଚାର ଦ୍ବାରା ଅଣ୍ଡିରା ସିଂହଙ୍କର ବନ୍ଧ୍ୟାକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ପାଳନ କରା ଯାଇଥିଲା। କିନ୍ତୁ ସେହି କାରଣରୁ ନନ୍ଦନକାନନରେ ସିଂହ ପ୍ରଜନନ ଓ ବଂଶବୃଦ୍ଧି ଠପ୍ ହୋଇଯାଇଥିଲା। ମଜା କଥା ହେଉଛି ୨୦୦୩ ମହାବାତ୍ୟାରେ ସିଂହ ଓ ସିଂହୀ ରହୁଥିବା ଖୁଆଡ଼ ମଝି ପାଚେରି ଭୁଶୁଡି ପଡିଥିଲା।

Comments are closed.