ଆଜି ଉତ୍ତରପ୍ରଦେଶରେ ନିରାମିଷ ଦିବସ

ଲକ୍ଷ୍ନୌ: ସାଧୁ ଟି. ଏଲ୍‌. ବାସୱାନୀଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତର ପ୍ରଦେଶ ସରକାର ‘ନଭେମ୍ବର ୨୫’ ତାରିଖକୁ ରାଜ୍ୟରେ ‘ନିରାମିଷ ଦିବସ’ ଘୋଷଣା କରିଛନ୍ତି।

ତେଣୁ, ଆଜି ରାଜ୍ୟରେ ଥିବା ସମସ୍ତ ମାଂସ ଦୋକାନ ଓ କଂସେଇଖାନା ବନ୍ଦ ରହିବ ବୋଲି ଜାରି କରିଥିବା ବିଜ୍ଞପ୍ତିରେ ସରକାର କହିଛନ୍ତି।

ଜାରି କରିଥିବା ବିଜ୍ଞପ୍ତିରେ ଉତ୍ତର ପ୍ରଦେଶ ସରକାର କହିଛନ୍ତି, ସାଧୁ ଟି. ଏଲ୍‌. ବାସୱାନୀଙ୍କ ଜନ୍ମବାର୍ଷିକୀ ସମ୍ମାନାର୍ଥେ ଏବଂ ପ୍ରଖ୍ୟାତ ନେତାମାନେ ପ୍ରଚାର କରିଥିବା ଅହିଂସା ନୀତିକୁ ବଜାୟ ରଖିବା ଲାଗି ନଭେମ୍ବର ୨୫ ତାରିଖ ଦିନ ‘ନିରାମିଷ ଦିବସ’ ପାଳନ କରାଯିବ। ତେଣୁ, ସେଦିନ ଏହି ଅବସରରେ ସମସ୍ତ କଂସେଇଖାନା ଓ ମାଂସ ଦୋକାନ ବନ୍ଦ ରଖାଯିବ।

ସୂଚନାଯୋଗ୍ୟ, ସାଧୁ ଥାମ୍ବରଦାସ ଲୀଳାରାମ ବାସୱାନୀ ହେଉଛନ୍ତି ଜଣେ ଶିକ୍ଷାବିତ୍‌ ଯିଏ ଶିକ୍ଷାରେ ମିରା ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ସମ୍ପ୍ରତି ପାକିସ୍ତାନରେ ଥିବା ସିନ୍ଧ୍‌ ଅନ୍ତର୍ଗତ ହାଇଦ୍ରାବାଦରେ ‘ସେଣ୍ଟ୍‌ ମିରାସ୍‌ ସ୍କୁଲ୍‌’ର ସ୍ଥାପନ କରିଥିଲେ। ତାଙ୍କ ଜୀବନ ଓ ବାଣୀ ଉପରେ ଆଧାରିତ ‘ଦର୍ଶନ ସଂଗ୍ରାହଳୟ’ ନାମରେ ଏକ ସଂଗ୍ରାହାଳୟ ମଧ୍ୟ ପୁଣେରେ ଖୋଲାଯାଇଛି।

ନଭେମ୍ବର ୨୫ ତାରିଖରେ ପଡୁଥିବା ସାଧୁ ବାସୱାନୀଙ୍କ ଜୟନ୍ତୀକୁ ‘ଆନ୍ତର୍ଜାତିକ ମାଂସରହିତ ଦିବସ’ ମାନ୍ୟତା ଦିଆଯାଏ।

Comments are closed.