ଆଜି ହେଉଛି ଜାତୀୟ ସ୍କାଇସ୍କ୍ରାପର ଦିବସ
ଆଜି ହେଉଛି ଜାତୀୟ ସ୍କାଇସ୍କ୍ରାପର ଦିବସ । ହେଲେ କ’ଣ ଆପଣ ଜାଣନ୍ତି କି କାହିଁକି ପାଳନ ହୋଇଥାଏ ଏହି ଦିବସ? କ’ଣ ରହିଛି ଏହା ପଛର ଇତିହାସ ? ସ୍କାଇସ୍କ୍ରାପର ଜନକ ଭାବେ ପରିଚିତ ପ୍ରସିଦ୍ଧ ସ୍ଥପତୀ ଲୁଇସ୍ ଏଚ୍. ସୁଲିଭାନ । ସୁଲିଭାନଙ୍କ ଜନ୍ମଦିନ ସ୍ମୁତିରେ ପ୍ରତି ବର୍ଷ ସେପ୍ଟେମ୍ବର ୩ତାରିଖରେ ପାଳିତ ହୁଏ ବିଶ୍ୱ ସ୍କାଇସ୍କ୍ରାପର ଦିବସ ।
ସୂଚନା ଅନୁସାରେ, ସୁଲିଭାନ ପ୍ରଥମେ ସ୍କାଇସ୍କ୍ରାପର ଡ଼ିଜାଇନ କରିଥିବା ବିଶ୍ୱାସ କରାଯାଏ । ସ୍ଥାପତ୍ୟ ଇତିହାସରେ ଉଲ୍ଲେଖନୀୟ ଡ଼ିଜାଇନ ଓ ନିର୍ମାଣ ଲାଗି ସୁଲିଭାନଙ୍କୁ ଆମେରିକୀୟ ସ୍କାଇସ୍କ୍ରାପରର ଜନକ ଭାବେ ମଧ୍ୟ ସମ୍ବୋଧନ କରାଯାଏ । ଏକ ଅଟ୍ଟାଳିକାକୁ ସ୍କାଇସ୍କ୍ରାପର ଭାବେ ବର୍ଗୀକୃତ କରିବାର କୌଣସି ଔପଚାରିକ ସଂଜ୍ଞା କିମ୍ବା ନିର୍ଦ୍ଦିଷ୍ଟ ଉଚ୍ଚତା ମଧ୍ୟ ନାହିଁ ।
ସ୍କାଇସ୍କ୍ରାଇପରର ଏକ ସାଧାରଣ ବୈଶିଷ୍ଟ୍ୟ ହେଉଛି । ଏକ ଷ୍ଟିଲର ଢ଼ାଞ୍ଚା, ଯାହା ପରଦା କାନ୍ଥକୁ ସମର୍ଥନ କରେ । ବ୍ୟୟବହୁଳ ସ୍ଥାନମାନଙ୍କରେ ଏବେ ସ୍କାଇସ୍କ୍ରାପର ନିର୍ମାଣ ବଢ଼ିବାରେ ଲାଗିଛି । ସ୍କାଇସ୍କ୍ରାଇପରକୁ ସହରମାନଙ୍କର ଆର୍ଥିକ ଶକ୍ତିର ପ୍ରତୀକ ରୂପେ ବିବେଚନା କରାଯାଉଛି ।
ଏଗୁଡ଼ିକ ସ୍ଥାନୀୟ ଅଞ୍ଚଳରପରିଚୟ ବହନ କରୁଛି । ଅନେକ ମାମଲାରେ ସହରର ଓ ଉପସ୍ଥିତି କିମ୍ବା ଶକ୍ତିର ପରିଚୟ ଦେବା ଲାଗି ସ୍କାଇସ୍କ୍ରାପର ନିର୍ମାଣ କରାଯାଉଛି ।
Comments are closed.