ଜଗନ୍ନାଥ ପ୍ରେମୀଙ୍କ ପାଇଁ ଆଜି ଏକ ଐତିହାସିକ ଦିନ – ମୁଖ୍ୟମନ୍ତ୍ରୀ
ପୁରୀ : ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଐତିହାସିକ ଶିଳାନ୍ୟାସ କରିଛନ୍ତି ପୁରି ଗଜପତି ମହାରାଜ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଛନ୍ତି ଗଜପତି । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟି ଆଜି ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଁଞ୍ଚିଥିଲେ । ଏହା ପରେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ଲୋକ ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ସାଧୁସନ୍ଥଙ୍କ ମେଳରେ ଯଥା ବିଧୀ ପୂଜା ନିତିରେ ପବିତ୍ର ଶିଳାନ୍ୟାସ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱଳ୍ପ ବାର୍ତ୍ତା ଦେଇ କହିଛନ୍ତି ବିଶ୍ୱରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପାଇଁ ଆଜି ଏକ ଐତିହାସିକ ଦିନ ।
ଏହି ପ୍ରକଳ୍ପ ଶ୍ରୀମନ୍ଦିରର ମେଘନାଦ ପାଚେରୀର ୭୫ ମିଟର ବ୍ୟାସାର୍ଦ୍ଧରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୮୦୦ କୋଟି ଟଙ୍କା ଧାର୍ଯ୍ୟ କରିଥିବାବେଳେ କେନ୍ଦ୍ର ସରକାର ଓଡିଶା ସରକାରଙ୍କୁ ସମସ୍ତ ଆବଶ୍ୟକୀୟ ପାଣ୍ଠି ଯୋଗାଉଛନ୍ତି । ୧୧୫ ପରିବାରରୁ କିଣାଯାଇଥିବା ହେରିଟେଜ୍ କରିଡର ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୧୫.୬୫ ଏକର ଜମି ଅଧିଗ୍ରହଣ କରାଯାଇଛି । ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଅନେକ ଜମି ମାଲିକ ସେମାନଙ୍କ ସମ୍ପତ୍ତି ହସ୍ତାନ୍ତର କରିବାକୁ ଆଗେଇ ଆସିଛନ୍ତି ।
Comments are closed.