କାହାକୁ ଏମିତି କହିଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ: ଗୁଜରାଟର ନର୍ମଦା ଜିଲ୍ଲା ଅନ୍ତର୍ଗତ ଏକତା ନଗରରେ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ଭିଡିଓ କନ୍‌ଫେରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ଘାଟନ କରି ବିଭିନ୍ନ ରାଜ୍ୟର ପରିବେଶ ମନ୍ତ୍ରୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ଉପରୋକ୍ତ କଥା କହିଛନ୍ତି।
ପରିବେଶର କ୍ଷତି କରିବ କହି ରାଜନୈତିକ ପୃଷ୍ଠଭୂମି ଥିବା ସହରୀ ନକ୍ସଲ୍‌ ଓ ବିକାଶ-ବିରୋଧୀ ତତ୍ତ୍ବମାନେ ବହୁ ବର୍ଷ ଅଭିଯାନ ଚଳାଇ ଗୁଜରାଟର ନର୍ମଦା ନଦୀ ଉପରେ ‘ସର୍ଦାର ସରୋବର ଜଳଭଣ୍ଡାର’ ନିର୍ମାଣ ଅଟକାଇଥିଲେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସେ କହିଛନ୍ତି, ପରିବେଶର କ୍ଷତି କରିବ କହି ରାଜନୈତିକ ପୃଷ୍ଠଭୂମି ଥିବା ସହରୀ ନକ୍ସଲ୍‌ ଓ ବିକାଶ-ବିରୋଧୀ ତତ୍ତ୍ବମାନେ ବହୁ ବର୍ଷ ଅଭିଯାନ ଚଳାଇ ଗୁଜରାଟର ନର୍ମଦା ନଦୀ ଉପରେ ‘ସର୍ଦାର ସରୋବର ଜଳଭଣ୍ଡାର’ ନିର୍ମାଣ ଅଟକାଇ ଦେଇଥିଲେ। ବିଳମ୍ବ ଯୋଗୁଁ ବିପୁଳ ପରିମାଣର ଅର୍ଥ ଅପଚୟ ହେଲା। ଆଜି ଜଳଭଣ୍ଡାର ନିର୍ମାଣ ଶେଷ ହେବା ପରେ ଆପଣମାନେ ଭଲଭାବେ ବିଚାର କରିପାରୁଥିବେ ସେମାନଙ୍କର ଦାବି କେଡ଼େ ସନ୍ଦେହଜନକ ଥିଲା।

Comments are closed.