ଅଞ୍ଜନା ଗଣଦୁଷ୍କର୍ମ ମାମଲା: ଟିଆଇ ପରେଡ ପ୍ରକ୍ରିୟା ଆରମ୍ଭ

ଝାରପଡା: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ ପ୍ରକ୍ରିୟା ଆରମ୍ଭ ହୋଇଛି । ଝାରପଡା ଜେଲ ପରିସରରେ ଅଭିଯୁକ୍ତ ବିବନର ଟିଆଇ ପରେଡ ଆରମ୍ଭ ହୋଇଛି । ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଟିଆଇ ପରେଡ ଆରମ୍ଭ ହୋଇଛି । ଟିଆଇ ପରେଡ ପାଇଁ ଆଜି ଝାରପଡା ଜେଲ ପରିସରରେ ପହଞ୍ଚିଛନ୍ତି ପୀଡିତା ଅଞ୍ଜନା ମିଶ୍ର । ଜେଲରେ ମାଜିଷ୍ଟ୍ରେଟ ଓ ସିବିଆଇ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଏବେ ଝାରପଡା ଜେଲରେ ଅଛନ୍ତି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ । ୨୨ ବର୍ଷ ପରେ ଅଭିଯୁକ୍ତର ଟିଆଇ ପରେଡ ହେବ ।

ତେବେ ଜେଲ ପରିସରକୁ ଯିବା ପୂର୍ବରୁ ଅଞ୍ଜନା କହିଥିଲେ ଯେ, ‘ଗଣଦୁଷ୍କର୍ମକୁ ୨ ବର୍ଷ ବିତି ସାରିଛି । ଅଭିଯୁକ୍ତ ବିବନକୁ ଚିହ୍ନିବାକୁ ଚେଷ୍ଟା କରିବି ।’

Comments are closed.