ଏବର୍ଷ ଧୁମଧାମରେ ବିନା କଟକଣାରେ ହେବ ଗଜାନନଙ୍କ ପୂଜା

ଭୁବନେଶ୍ୱର : ଦୀର୍ଘ ଦୁଇବର୍ଷ ହେବ କରୋନା ଭୁତାଣୁର ଭୟ ଯୋଗୁଁ ସବୁ ପର୍ବପର୍ବାଣୀରେ କଟକଣା ଲଗାଇଥିଲେ ସରକାର । କିନ୍ତୁ ଏଥର ବିନା କଟକଣାରେ ପାଳନ ହେବ ଗଣେଶ ପୂଜା। ଚଳିତ ବର୍ଷ ରାଜଧାନୀରେ ସେଭଳି କିଛି କଟକଣା ଲାଗିବ ନାହିଁ। ଏନେଇ ଆଜି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ବିଏମସି କମିଶନର କହିଛନ୍ତି, କୋଭିଡ଼ କଟକଣା ଆଉ ନାହିଁ। ତେଣୁ ଏଥର ରାଜଧାନୀରେ ବିନା କଟକଣାରେ ଧୁମ୍‌ଧାମରେ ଗଣେଶ ପୂଜା ହୋଇପାରିବ। ଏଥିରେ ଶ୍ରଦ୍ଧାଳୁ ବି ସାମିଲ ହୋଇପାରିବେ। ଏଥର ଭକ୍ତ ସିଧାସଳଖ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ। ତେବେ କଟକଣା ଉଠିଥିଲେ ବି ମାସ୍କ ବ୍ୟବହାର କରିବାକୁ ସେ ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି।

Comments are closed.