ବିବାହର ୧୨ ବର୍ଷ ପରେ ଅଲଗା ହେଲେ ଏହି ଲୋକପ୍ରିୟ କଳାକାର

ରାପର-ସିଙ୍ଗର ହନି ସିଂଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ହନି ସିଂ ଏବଂ ତାଙ୍କ ପତ୍ନୀ ଶାଲିନୀଙ୍କ ମଧ୍ୟରେ ଛାଡପତ୍ର ହୋଇଛି । ଅନେକ ଦିନରୁ ହନି ସିଂ ନିଜ ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ । ଶେଷରେ ଦିଲ୍ଲୀ ଫ୍ୟାମିଲି କୋର୍ଟ ଏହି ଦମ୍ପତିଙ୍କୁ ଅଲଗା ହେବ ପାଇଁ ଅନୁମତି ଦେଇଛନ୍ତି । ହନି ସିଂ ଏବଂ ଶାଲିନୀ ତାଲୱାରଙ୍କ ଛାଡପତ୍ର ମାମଲା ଦୀର୍ଘ ଅଢେଇ ବର୍ଷ ଧରି କୋର୍ଟରେ ଚାଲିଥିଲା । ଶେଷରେ ଏହା ଉପରେ ନିଷ୍ପତ୍ତି ନିଆଯାଇଛି । ହନି ସିଂଙ୍କ ଉପରେ ପତ୍ନୀ ଶାଲିନି ଘରୋଇ ହିଂସା ଅଭିଯୋଗ ଲଗାଇଥିଲେ ।

ଛାଡପତ୍ର ଅନୁମତି ଦେବା ପୂର୍ବରୁ କୋର୍ଟ ହନି ସିଂଙ୍କୁ ଶେଷ ଥର ପାଇଁ ପଚାରିଥିଲେ ଯେ ‘କଣ ସେ ତାଙ୍କ ପତ୍ନୀଙ୍କ ସହ ରହିବାକୁ ଚାହୁଁଛନ୍ତି କି?’ ଏଥିରେ ହନି ସିଂ ଉତ୍ତର ଦେଇଛନ୍ତି ଏବେ ଏକାଠି ରହିବାର କୌଣସି ଅର୍ଥ ନାହିଁ ଏବଂ ଏହା ଅସମ୍ଭବ । ଶାଲିନୀ ମଧ୍ୟ ଏଥିରେ ରାଜି ହୋଇଥିଲେ । ଏହା ପରେ ଉଭୟ ପରସ୍ପର ବିରୋଧରେ କରିଥିବା ଅଭିଯୋଗ ମଧ୍ୟ ପ୍ରତ୍ୟାହାର କରିନେଲେ । କିନ୍ତୁ ଏହି ଦମ୍ପତିଙ୍କ ମଧ୍ୟରେ କେଉଁ ସର୍ତ୍ତକୁ ନେଇ ଛାଡପତ୍ର ଫାଇନାଲ ହୋଇଛି, ତାହା ପ୍ରକାଶ କରାଯାଇ ନାହିଁ ।

ଗତବର୍ଷ ସପ୍ଟେମ୍ବରରେ ହୋଇଥିବା ଶୁଣାଣି ପରେ ହନି ସିଂ ପତ୍ନୀ ଶାଲିନୀଙ୍କୁ ଏକ କୋଟିର ଡିମାଣ୍ଡ ଡ୍ରାଫ୍ଟ ଦେଇଥିଲେ । ଶାଲିନୀ ହନିଙ୍କ ଉପରେ ଆରୋପ ଲଗାଇ କହିଥିଲେ ଯେ, ସେ ହନିଙ୍କୁ ଡରି ଡରି ବଞ୍ଚୁଛନ୍ତି । କାରଣ ହନି ସିଂ ଏବଂ ତାଙ୍କ ପରିବାର ଶାଲିନୀଙ୍କ ଉପରେ ଶାରୀରିକ, ମାନସିକ, ଆର୍ଥିକ ଏବଂ ଯୌନ ହିଂସା କରୁଥିଲେ ।

ସୂଚନାଯୋଗ୍ୟ, ହନି ସିଂ ଏବଂ ଶାଲିନୀ ତାଲୱାର ଲଭ୍ ମ୍ୟାରେଜ କରିଥିଲେ । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିବା ପରେ, ୨୦୧୧ ରେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ଶିଖ ରୀତିନୀତିରେ ବିବାହ କରିଥିଲେ । ଉଭୟ ଖୁବ ସିକ୍ରେଟ ଭାବରେ ଏହି ବିବାହ କରିଥିଲେ ଏବଂ ଏକ ରିୟଲିଟି ଶୋ’ରେ ଏହାର ଖୁଲାସା କରିଥିଲେ ।

Comments are closed.