ଅଭିଷେକ ବାନାର୍ଜୀଙ୍କ ନୋଟିସ ପଠାଇଲା ଇଡି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ତୃଣମୂଳ କଂଗ୍ରେସ (ଟିଏମସି)ର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ଅଡୁଆ ବନ୍ଦ ହେବାର ନାଁ ନେଉନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣି ଥରେ ସମନ ଜାରି କରିଛି। ଗୁରୁବାର ତାଙ୍କୁ ପଚରାଉଚରା କରାଯିବ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଷେକ ବାନାର୍ଜୀ ଏହି ତଦନ୍ତରେ ସାମିଲ ହୋଇପାରନ୍ତି।ତେବେ କେଉଁ ପରିସ୍ଥିତିରେ ଇଡି ତାଙ୍କୁ ଡକାଇଛି ସେନେଇ କୌଣସି ଠୋସ ସୂଚନା ମିଳିନାହିଁ। ସୂଚନାନୁଯାୟୀ, ସ୍କୁଲ ନିଯୁକ୍ତି ସ୍କାମରେ ଇଡି ତାଙ୍କୁ ପଚରାଉଚରା କରୁଛି ଏବଂ ଏହାପୂର୍ବରୁ ଅକ୍ଟୋବର ୩ରେ ତାଙ୍କୁ ସମନ ଜାରି କରାଯାଇଥିଲା।

Comments are closed.