ଏହି ଝିଅ ହୋଇଥାଏ ସର୍ବଗୁଣ ସମ୍ପନ୍ନ ବୋହୂ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଯେମିତି ଜାତକ ଦେଖି ଲୋକଙ୍କ ଭବିଷ୍ୟତ ବିଷୟରେ କୁହାଯାଏ, ସେହିଭଳି ସାମୁଦ୍ରିକ ଶାସ୍ତ୍ରରେ ଲୋକଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନ ଆଧାରରେ ତାଙ୍କ ଆଚାର ଓ ବ୍ୟବହାର ବିଷୟରେ ଜଣାପଡ? । ସାମୁଦ୍ରିକ ଶାସ୍ତ୍ର ରଚନା ବହୁ ଯୁଗ ତଳେ ହୋଇଥିଲା । ଏଥିରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନରୁ ତାଙ୍କ ଭବିଷ୍ୟତ କେମିତି କଟିବ, ସେ ସମ୍ପର୍କରେ ଜଣାପଡ? । ତେବେ ଆସନ୍ତୁ ଜାଣିବା ଆଙ୍ଗୁଠିର ଗଠନରୁ ମହିଳା କେତେ ଭାଗ୍ୟଶାଳୀ ହୋଇଥାନ୍ତି ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନାଯାଏ, ଯେଉଁ ଝିଅଙ୍କ ଆଙ୍ଗୁଳି ଲମ୍ବା ଓ ସୁନ୍ଦର ହୋଇଥାଏ, ସେ ବିବାହ ପରେ ନିଜର ପତି ପାଇଁ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏପରି ଝିଅଙ୍କୁ ବିବାହ ପରେ ପତିର ଉନ୍ନତି ହୋଇଥାଏ । ଏହି ଝିଅମାନେ ଶ୍ୱଶୁର ଘରେ ନିଜର ଦାୟିତ୍ୱ ଭଲ ଭାବେ କରିଥାନ୍ତି ।
ଏମିତି ଲକ୍ଷଣର ଝିଅମାନେ ହୋଇଥାନ୍ତି ସର୍ବଗୁଣ ସମ୍ପନ୍ନ

– ସାମୁଦ୍ରିକ ବିଜ୍ଞାନରେ ମାନ୍ୟତା ରହିଛି ଯେ ଯେଉଁ ଝିଅଙ୍କ ମସ୍ତିସ୍କ ୩ ଆଙ୍ଗୁଳିର ଅଧିକ ଓ ଚନ୍ଦ୍ରମା ଭଳି ହୋଇଥାଏ, ସେ ଝିଅ ଭାଗ୍ୟଶାଳୀ ହୋଇଥାନ୍ତି । ବିବାହ ପରେ ଏହି ଝିଅ ଯେଉଁ ଘରକୁ ଯାଇଥାନ୍ତି,ସେଠାରେ ସର୍ବଦା ଉନ୍ନତି ହୋଇଥାଏ ।

– ଯେଉଁ ଝିଅଙ୍କ ଗୋଡର ଆଙ୍ଗୁଠି ଗୋଲ, ଚଉଡା ଓ ଲାଲ ହୋଇଥାଏ, ସେ ନିଜ ଜୀବନରେ ସଫଳତା ହାସଲ କରିବା ସହ ଅନ୍ୟ ପାଇଁ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି ।

Comments are closed.