କେନ୍ସର ରୋଗରେ ପ୍ରଥମେ ଏହି ଏହି ସଂକେତ ମିଳିଥାଏ

କ୍ୟାନସର ପରି ରୋଗର ପ୍ରାଥମିକ ଲକ୍ଷଣ ହୋଇପାରେ । ଏହା ଏପରି ଏକ ରୋଗ ଯାହା ଧୀରେ ଧୀରେ ସାରା ଶରୀରକୁ ଗ୍ରାସ କରିଦିଏ । ଯଦି ଠିକ୍ ସମୟରେ ଏହାର ଚିକିତ୍ସା ଆରମ୍ଭ ନହୁଏ ତେବେ ଏହା ମୃତ୍ୟୁକୁ ନିମନ୍ତ୍ରଣ କରିପାରେ । ଅଧିକାଂଶ ଲୋକେ ଭାବନ୍ତି କ୍ୟାନସର କେବଳ ଆଡଭାନ୍ସ ଅବସ୍ଥାରେ ଜଣାପଡେ । କିନ୍ତୁ ଏପରି ନୁହେଁ । ବରଂ ପ୍ରାଥମିକ ଅବସ୍ଥାରେ ମଧ୍ୟ ଶରୀରରେ କିଛି ପରିବର୍ତ୍ତନ ଦେଖାଯାଏ ଯାହାକୁ ସାମାନ୍ୟ ଭାବି କେହି ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ଯାହା ଆଗକୁ ଯାଇ ବିପଦକୁ ବରଣ କରେ । ତେବେ ଆସନ୍ତୁ ଜାଣିବା କି କି ଶାରୀରିକ ପରିବର୍ତ୍ତନ ହେଲେ ଏହା କ୍ୟାନସରର ପ୍ରାଥମିକ ଅବସ୍ଥା ଜାଣିପାରିବେ ।

ଓଜନ କମିଯିବା: ଯଦି ଆପଣଙ୍କ ଶରୀରର ଓଜନ କ୍ରମାଗତ ହ୍ରାସ ପାଉଛି ତେବେ ଏହାକୁ ଅବହେଳା କରନ୍ତୁନି ।ଏଗୁଡ଼ିକ କର୍କଟ ରୋଗର ସଙ୍କେତ ହୋଇପାରେ । ଏଗୁଡ଼ିକ ଅଗ୍ନାଶୟ, ପେଟ, ଓସୋଫେଜିୟସ୍ କିମ୍ବା ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ ।

ଶରୀରରେ କିଛି ସ୍ଥାନ ଟାଣ ଲାଗିବା: ଶରୀରର କୌଣସି ଅଂଶରେ ଫୁଲା କିମ୍ବା ଗଣ୍ଠିକୁ ଅଣଦେଖା କରନ୍ତୁ ନାହିଁ । ପେଟ, ସ୍ତନ କିମ୍ବା ଅଣ୍ଡକୋଷରେ ଗଣ୍ଠି କର୍କଟ ଦ୍ୱାରା ହୋଇପାରେ ।

କଳାଜାଇର ରଙ୍ଗ ବଦଳିବା: ଅଧିକାଂଶ ଲୋକ ଜାଣନ୍ତି ନାହିଁ କଳାଜାଇର ରଙ୍ଗ ପରିବର୍ତ୍ତନ ମଧ୍ୟ କିଛି କମ୍ ବିପଦ ନୁହେଁ । କିନ୍ତୁ ଏଗୁଡ଼ିକ ଚର୍ମ କର୍କଟ ରୋଗର ଲକ୍ଷଣ ହୋଇପାରେ ।

ଅଧିକ ଦିନ ପର୍ଯ୍ୟନ୍ତ କଫ ରହିବା: କ୍ରମାଗତ କଫ (କାଶ) ମଧ୍ୟ କର୍କଟ ରୋଗର ସଙ୍କେତ । ଯଦି ତିନିରୁ ଚାରି ସପ୍ତାହ ବା ତଦୁଦ୍ଧ୍ୱର୍ ସମୟ କଫ ସମସ୍ୟା ରୁହେ , ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କ୍ରମାଗତ କଫ, କଫରେ ରକ୍ତ ପଡିବା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଫୁସଫୁସ କର୍କଟର ଲକ୍ଷଣ ହୋଇପାରେ ।

Comments are closed.