କଲା ପଲସର ବାଇକରେ ଆସି ଝାମ୍ପି ନେଲେ ୫ ଲକ୍ଷ ଟଙ୍କା

କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : ଜିଲ୍ଲାରେ ପୁଣି କଳା ପଲସରର ଆତଙ୍କ | ଦିନ ଦ୍ଵିପହରେ ବିଚ ବଜାର ଉପରୁ ଝାମ୍ପି ନେଲେ ଟଙ୍କା ଭର୍ତ୍ତି ବ୍ୟାଗ । ଘଟଣା ଘଟିଛି କେନ୍ଦୁଝର ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ବଜାର ଉପରୁ । ଅଭିଯୋଗ ଅନୁଯାଇ ପ୍ରତିଦିନ ଭଳି ଆଜି ବି ତୁରୁମୁଙ୍ଗା ସେଣ୍ଟ୍ରାଲ କୋଅପରେଟିଭ ଶାଖାର ପରିଚାଳକ ରାସ୍ତା (ଏନଏଚ ୪୯) ଆରପଟେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ୫ ଲକ୍ଷ ଟଙ୍କା ନେଇ ନିଜ ବ୍ୟାଙ୍କକୁ ବନ୍ଧୁକଧାରୀ ସୁରକ୍ଷା କର୍ମିଙ୍କ ସହ ରାସ୍ତା ପାରି ହେଉଥିବା ସମୟରେ ଦୁଇ ଜଣ ଦୁର୍ବୁତ୍ତ ଏକ କଳା ପଲସର ଆସି ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଲେ । ଏନେଇ କୋ ଅପରେଟିଭ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ।

Comments are closed.