ପ୍ରଶାନ୍ତ କିଶୋରଙ୍କ ଏହି ୪ ଭବିଷ୍ୟବାଣୀ ମିଛ ଥିଲା, କହିଲେ ମୁଁ…

ଭାଜପା ନେତୃତ୍ୱରେ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିଛି। ତେବେ ଏଥର ଅଧିକାଂଶ ଏକ୍‌ଜିଟ ପୋଲ୍‌ ଭୁଲ୍‌ ପ୍ରମାଣିତ ହୋଇଛି। ଏହି ଏକଜିଟ୍‌ ପୋଲରେ ଭାଜପା ୩୫୦ରୁ ୪୦୦ସିଟ୍‌ ଜିତିବ ବୋଲି ଆଶା କରାଯାଉଥିଲା। ତେବେ ଭାଜପା ମାତ୍ର ୨୪୦କୁ ହ୍ରାସ ପାଇଛି। ୨୦୧୪ ଏବଂ ୨୦୧୯ ତୁଳନାରେ ଏହା ହେଉଛି ଭାଜପାର ସବୁଠାରୁ ଖରାପ ପ୍ରଦର୍ଶନ। ଏଥର କେବଳ ଏକ୍‌ଜିଟ୍‌ ପୋଲ ଭୁଲ୍‌ ପ୍ରମାଣିତ ହୋଇନାହିଁ, ଅନେକ ରାଜନୈତିକ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ ମଧ୍ୟ ଭୁଲ୍‌ ପ୍ରମାଣିତ ହୋଇଛି। ବର୍ତ୍ତମାନ ଏହି ରାଜନୈତିକ ବିଶେଷଜ୍ଞମାନେ ସ୍କାନରକୁ ଆସିଛନ୍ତି।

ସେହିଭଳି ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଭବିଷ୍ୟବାଣୀ ଭୁଲ୍‌ ବୋଲି ଜଣାପଡ଼ିଛ। ନିର୍ବାଚନ ଫଳାଫଳ ପରେ ଏକ ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ପ୍ରଶାନ୍ତଙ୍କୁ ପଚରାଯାଇଥିଲା ଯେ, ଲୋକ ସଭା ନିର୍ବାଚନକୁ ନେଇ ତାଙ୍କର ସମସ୍ତ ଦାବି ଏବଂ ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହୋଇଛି କି?

ଏହି ପ୍ରଶ୍ନର ଉତ୍ତରରେ ପି.କେ ହଁ କହି ମୁଣ୍ଡ ନୁଆଁଇଥିବାର ଦେଖାଯାଇଥିଲା। ସେ କହିଲେ, ଠିକ ଅଛି … ଏଥିରେ କୌଣସି ଅହଙ୍କାର ନାହିଁ। ଯେକୌଣସି ବ୍ୟକ୍ତି ଭୁଲ୍‌ ପ୍ରମାଣିତ ହୋଇପାରନ୍ତ। ଏହି ନିର୍ବାଚନରେ ଅଖିଳେଶ ଯାଦବ ଜଣେ ହିରୋ ବୋଲି ପ୍ରମାଣିତ କରିଛନ୍ତି, କିନ୍ତୁ ଗତ ନିର୍ବାଚନରେ ସେ ୪୦୦ଟି ଆସନ ପାଇବେ ବୋଲି ଦାବି କରିଥିଲେ, କିନ୍ତୁ ତାଙ୍କୁ ୧୨୫ଟି ଆସନ ମିଳିଥିଲା, ଏହାର ଅର୍ଥ ନୁହେଁ ଯେ, ସେ ତାଙ୍କର ରାଜନୈତିକ ବୁଝାମଣା ହରାଇଛନ୍ତି। ଅମିତ ଶାହା ବଙ୍ଗଳା ବିଧାନସଭା ନିର୍ବାଚନରେ ୨୦୦ଟି ଆସନ ଜିତିବାକୁ ଦାବି କରିଛନ୍ତି, କିନ୍ତୁ ଜିତି ନାହାନ୍ତି, ଏହାର ଅର୍ଥ ନୁହେଁ ଯେ, ତାଙ୍କର ରାଜନୈତିକ ବୁଝାମଣା ନାହିଁ।

ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶରେ କହିଥିଲେ, ଆମ ସରକାର ସଂଖ୍ୟାଗରିଷ୍ଠତା ସହ ଆସୁଛନ୍ତି। କିନ୍ତୁ ଏମ୍‌ପି ବିଧାନସଭା ନିର୍ବାଚନରେ କଂଗ୍ରେସ ଖରାପ ହାରିଛି। ଏହାର ଅର୍ଥ ନୁହେଁ ଯେ ସେ ବୁଝିନାହାନ୍ତି। ଏହି ନିର୍ବାଚନ ବିଷୟରେ ମୁଁ କହିବି, ହଁ ମୋର ସଂଖ୍ୟା ଭୁଲ୍‌ ପ୍ରମାଣିତ ହୋଇଛି। କିନ୍ତୁ ଯେଉଁମାନେ କହୁଥିଲେ ଭାଜପା୧୮୦ଟି ଆସନ ପାଇବ ତାହା ମଧ୍ୟ ଭୁଲ୍‌ ପ୍ରମାଣିତ ହୋଇଛି। ସେହିଭଳି ଯେଉଁମାନେ କହୁଥିଲେ ଭାଜପା ସରକାର ଆସିବେ, ସରକାର ଆସିଛନ୍ତି। ତଥାପି ଆସନ ସଂଖ୍ୟା ନିଶ୍ଚିତ ଭାବେ ଭୁଲ୍‌ ପ୍ରମାଣିତ ହୋଇଛି।

Comments are closed.