ବିଜେପିରେ ଯୋଗ ଦିଅ ସମୟ ଅଛି ଏମିତି କିଛି , ବିଜେପି ନେତା

ନୂଆଦିଲ୍ଲୀ : ପୁରୁଖା କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ଗଡ଼ ଭାବେ ବିବେଚିତ ଗୁନା ନିର୍ବାଚନୀ କ୍ଷେତ୍ରରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼। ଏହି ନିର୍ବାଚନୀ କ୍ଷେତ୍ର ଅଧୀନରେ ଥିବା ରାଘୌଗଡ଼ ମ୍ୟୁନିସିପାଲିଟି ନିର୍ବାଚନ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବେଳେ ଏବେଠୁ ଆରମ୍ଭ ହେଲାଣି ବୟାନବାଜି।

ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଦିଆ ଏଠାରେ ଆୟୋଜିତ ଏକ ସମାବେଶକୁ ସମ୍ବୋଧନ କରିବା ବେଳେ ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ଏହି ବୈଠକରେ ସେ କହିଛନ୍ତି, ୨୦୨୩ରେ ହେବାକୁ ଥିବା ନିର୍ବାଚନରେ ବିଜେପି ହିଁ ସରକାର ଗଠନ କରିବ। ତେଣୁ ସମୟ ଅଛି, ବିଜେପିକୁ ଆସ, ନଚେତ୍ ମାମୁଙ୍କ ବୁଲଡୋଜର ପ୍ରସ୍ତୁତ ଅଛି । କେବଳ ଏତିକି ନୁହେଁ, ସେ କହିଛନ୍ତି, ଯିଏ ବି କଂଗ୍ରେସ କର୍ମୀ ଅଛ, ଚୁପଚାପ ବିଜେପିରେ ମିଶି ଯାଅ। କାରଣ ଆଗାମୀ ନିର୍ବାଚନରେ ଆମେ ଶାସନ ଗାଦି ସମ୍ଭାଳିବାକୁ ଯାଉଛୁ।

Comments are closed.