ବଜେଟ୍ ଭିତରେ ଯୋଜନାର ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା । ପୂର୍ବ ସରକାରରେ ଥିବା ୯ ଯୋଜନାର ନାମ ବଦଳାଇଲେ ମୋହନ ସରକାର

ରାଜ୍ୟ ସରକାର ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୃଷି, କୃଷକ, ଶିକ୍ଷା, ସ୍ୱାସ୍ଥ୍ୟ, ଭତ୍ତା ସହ ଅନେକ ଯୋଜନା ପାଇଁ ବ୍ୟୟଅଟକଳ ଜାରି କରିଛନ୍ତି ରାଜ୍ୟ ସରକାର । ଏସବୁ ଭିତରେ ପୂର୍ବ ସରକାରରେ ଚାଲିଥିବା ଅନେକ ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ଚଳିତ ସରକାର ।

ପୂର୍ବ ସରକାର ସମୟରେ ଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମ ପରିବର୍ତ୍ତନ କରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନାମରେ ନାମିତ କରାଯାଇଛି । ଚାଷୀଙ୍କୁ ସହାୟତା ଯୋଗାଇବା ପାଇଁ ପ୍ରଚଳିତ କରିଥିବା କାଳିଆ ଯୋଜନା ଏବେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ନାମରେ ନାମିତ କରାଯାଇଛି । ନବୀନ ସରକାରଙ୍କ ସମୟରେ ପ୍ରଚଳିତ ହୋଇଥିବା ମୋ ସ୍କୁଲ ଯୋଜନାର ନାମ ପରିବର୍ତ୍ତନ କରାଯାଇ ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ ରଖାଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶାର ନାମ ପରିବର୍ତ୍ତନ କରାଯାଇ ବିକଶିତ ଗାଁ, ବିକଶିତ ଓଡ଼ିଶା ରଖାଯାଇଛି । ମିଲେଟ୍ ମିଶନର ନାମ ଶ୍ରୀ ଅନ୍ନ ଯୋଜନାକୁ ପରିବର୍ତ୍ତନ କରାଯାଇଛି । ବିଜୁ ସେତୁ ଯୋଜନାର ନାମ ସେତୁ ବନ୍ଧନ, ଲକ୍ଷ୍ମୀ ଯୋଜନାର ନାମ ଗ୍ରାମାଞ୍ଚଳ ପରିବହନ ଓ ବିଜୁ ପକ୍କା ଘର ଯୋଜନାର ନାମ ଅନ୍ତୋଦୟ ଗୃହ ଯୋଜନା ।

Comments are closed.