ଵ୍ୟାନ୍ ହେଲା ମୁସିଲିମ ଲିଗ୍ ଜାମ୍ମୁ କାଶ୍ମରୀ

ଜମ୍ମୁ-କଶ୍ମୀରରେ ବଡ଼ ଆକ୍ସନ ନେଇଛନ୍ତି କେନ୍ଦ୍ର ସରକାର। ଧାରା ୩୭୦ ହଟାଯିବା ପରେ ଏବେ ପୁଣି ଥରେ କେନ୍ଦ୍ର ସରକାର ଦେଶ ବିରୋଧୀ କାର୍ଯ୍ୟକଳାପ ବିରୋଧରେ କଡା ନିଷ୍ପତ୍ତି ନେଇଛନ୍ତି। ମୁସଲିମ ଲିଗ୍ ଜମ୍ମୁ କଶ୍ମରୀ ମସରତ ଆଲମ ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି।

UAPA ଅଧୀନରେ ଏହାକୁ ଏକ ‘ବେଆଇନ ସଙ୍ଗଠନ’ ଭାବରେ ଘୋଷଣା କରାଯାଇଛି। ଏହି ସଙ୍ଗଠନ ଏବଂ ଏହାର ସଦସ୍ୟମାନେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ହେବା ସହିତ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ତେଣୁ ଏହି ଗୋଷ୍ଠୀକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ଏହି ଦଳକୁ ବ୍ୟାନ୍‌ କରାଯାଇଥିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି ଜଣାଇଛନ୍ତି।

Comments are closed.