କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିମାନ ଜରୁରୀକାଳୀନ ଅବତରଣ କଲା

ଗୌହାଟି: ବୁଧବାର ରାତିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିମାନ ଗୌହାଟିର ଲୋକପ୍ରିୟ ଗୋପୀନାଥ ବୋଡ଼ୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଅଗରତାଲା ଅଭିମୁଖେ ଯାଉଥିବା ଗୃହମନ୍ତ୍ରୀଙ୍କ ବିମାନ ପ୍ରତିକୂଳ ପାଗ ଯୋଗୁଁ ଅବତରଣ କରିପାରିନଥିଲେ। ଅମିତ ଶାହ ଗୌହାଟିର ହୋଟେଲ ରାଡିସନ ବ୍ଲୁରେ ରାତି କଟାଇବେ। ଗୁରୁବାର ସକାଳେତ୍ରିପୁରାରେ ବିଧାନସଭା ନିର୍ବାଚନ ଲାଗି ରଥ ଯାତ୍ରାକୁ ଉଦଘାଟନ କରିବା ପାଇଁ ଅଗରତାଲା ଯିବେ।

ଶାହଙ୍କ ବିମାନ ଗୌହାଟି ବିମାନବନ୍ଦରରେ ନିରାପଦରେ ଅବତରଣ କରିଛି। ବିମାନ ବନ୍ଦିରରେ ତାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସ୍ୱାଗତ କରିଥିଲେ। ତ୍ରିପୁରାରେ ବିଧାନ ସଭା ନିର୍ବାଚନ ଲାଗି ଆସନ୍ତାକାଲି ବିଜେପି ପକ୍ଷରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ଗୃହମନ୍ତ୍ରୀ ଅମିତ ଶାହା। ଶାହ ଆଜି ରାତିରେ ଅଗରତାଲାରେ ପହଞ୍ଚିବେ। ଗତକାଲି ଖରାପ ପାଗ ହେତୁ ତାଙ୍କ ବିମାନ ଗୌହାଟିରେ ପ୍ରାୟ ୧୦ଟା ୪୫ରେ ଅବତରଣ କରିବାକୁ ପଡିଲା।

Comments are closed.