ଏୟାରଲିଫ୍ଟରେ ମୁମ୍ବାଇ ଗଲେ ଋଷଭ୍ ପନ୍ତ

ମୁମ୍ବାଇ: କ୍ରିକେଟର ଋଷଭ ପନ୍ତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ଦୁର୍ଘଟଣା ପରଠାରୁ ପନ୍ତ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କୁ ବିସିସିଆଇ ପକ୍ଷରୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି। ତଥାପି ମୁମ୍ବାଇ ହସ୍ପିଟାଲରେ ତାଙ୍କର ଲିଗାମେଣ୍ଟ ସମସ୍ୟାର ଅସ୍ତ୍ରୋପଚାର ହେବ। ସେହିପରି ଦରକାର ପଡ଼ିଲେ ବିସିସିଆଇ ଅଧିକ ଚିକିତ୍ସା ପାଇଁ ପନ୍ତଙ୍କୁ ବ୍ରିଟେନ ମଧ୍ୟ ପଠାଇବ ବୋଲି ଜଣାପଡ଼ିଛି।

ଡିସେମ୍ବର ୩୦ ପରଠାରୁ ଆଜି ଯାଏ ପନ୍ତ ମାକ୍ସ ହସ୍ପିଟାଲରେ ଥିବା ବେଳେ ଉତ୍ତରାଖଣ୍ଡ ସରକାର ତାଙ୍କର ଚିକିତ୍ସା କରୁଥିଲେ। ଏବେ ବିସିସିଆଇ ପନ୍ତଙ୍କ ଚିକିତ୍ସା ଦାୟିତ୍ୱ ନେଇଛି। ସେ ମୁମ୍ବାଇରେ ପହଞ୍ଚିବା ପରେ ବିସିସିଆଇର ମେଡିକାଲ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି।

ବିସିସିଆଇ କହିଛି ଯେ ପନ୍ତଙ୍କୁ ମୁମ୍ବାଇର କୋକିଳବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଦୁର୍ଘଟଣାରେ ପନ୍ତଙ୍କ ଲିଗାମେଣ୍ଟରେ ଜଟିଳ ସମସ୍ୟା ସୃଷ୍ଟି ହୋଇଥିଲେ। ତେଣୁ ଏହାର ଅସ୍ତ୍ରୋପଚାର ଜରୁରୀ। ମୁମ୍ବାଇ ହସ୍ପିଟାଲରେ ତାଙ୍କର ସର୍ଜରୀ କରାଯିବ।

ବିସିସିଆଇ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି। କୋକିଳବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲ ଆଣ୍ଡ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ପନ୍ତଙ୍କ ଚିକିତ୍ସା ହେବ। ସେଣ୍ଟର ଅଫ ସ୍ପୋର୍ଟସ ମେଡିସିନ ତଥା ବରିଷ୍ଠ ଡାକ୍ତର ଦିନଶ ପାରଡିୱାଲାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପନ୍ତଙ୍କ ସର୍ଜରୀ ହେବ।

ପନ୍ତଙ୍କୁ ସୁସ୍ଥ ହେବା ଯାଏ ସବୁ ପ୍ରକାରର ସହାୟତା ବିସିସିଆଇ କରିବ। ଦରକାର ପଡ଼ିଲେ ଅଧିକ ଚିକିତ୍ସା ପାଇଁ ପନ୍ତଙ୍କୁ ବ୍ରିଟେନ ମଧ୍ୟ ପଠାଇକୁ ବିସିସିଆଇ ପ୍ରସ୍ତୁତ ଥିବା କହିଛି। ବିସିସିଆଇ ସମ୍ପାଦକ ଜୟ ଶାହ ନିଜେ ପନ୍ତଙ୍କ ଉପରେ ନଜର ରଖିଥିବା ଜଣାପଡ଼ିଛି।

Comments are closed.