ବ୍ରିଟେନ ଜାତୀୟ ସଙ୍ଗୀତରେ ହେବ ପରିବର୍ତ୍ତନ, ରାଣୀ ବଦଳରେ କୁହାଯିବ ରାଜା

ନୂଆଦିଲ୍ଲୀ : ବ୍ରିଟେନର ଜାତୀୟ ସଙ୍ଗୀତର କିଛି ଧାଡିରେ ଏବେ ପରିବର୍ତ୍ତନ ଆସିବ । ଗତ ୭୦ ବର୍ଷ ହେଲା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶାସନ ଚାଲିଥିବାରୁ ଜାତୀୟ ସଙ୍ଗୀତରେ  ଗଡ୍ ସେଭ୍ ଆୱାର ଗ୍ରେସିୟସ୍ କ୍ୱିନ ! ଲଙ୍ଗ ଲଭ୍  ଆୱାର ନୋବଲ  କ୍ୱିନ  /ଗତ ସେଭ ଦି କ୍ୱିନ ! ଧାଡିଗୁଡିକ ପ୍ରଥମେ ବୋଲାଯାଉଥିଲା । ଅଧିକାଂଶ ଲୋକ ୭୦ ବର୍ଷ ଧରି ଏହି ସଙ୍ଗୀତ  ବୋଲୁଥିବାରୁ ଏଥିରେ କିଛି ପରିବର୍ତ୍ତନ ହେବ ବୋଲି ସେମାନେ ଜାଣି ନଥାଇପାରନ୍ତି ।

କିନ୍ତୁ ରାଣୀଙ୍କ ବଦଳରେ ରାଜା ରାଜଗାଦିରେ ବସିଲେ   ଜାତୀୟ ସଙ୍ଗୀତ ଉପରୋକ୍ତ ସ୍ଥାନଗୁଡିକରେ କ୍ୱିନ  ବଦଳରେ କିଙ୍ଗ ବୋଲାଯିବ । ଅର୍ଥାତ ଜାତୀୟ ବା ରାଜକୀୟ ସଙ୍ଗୀତ ଏବେ ରାଜା ଚାର୍ଲସ ତୃତୀୟ ସମର୍ପିତ ହେବ । ଗଡ ସେଭ ଦି କିଙ୍ଗ ଭଳି  ଧାଡି ରହିବ । ଏହା ବ୍ୟତୀତ ବ୍ରିଟେନ ମୁଦ୍ରାରେ  ରାଣୀଙ୍କ ବଦଳରେ ରାଜାଙ୍କ ଫଟୋ ରହିବ।

Comments are closed.