ବଢ଼ିଲା ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ବଢ଼ିଲା ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ । ତାଙ୍କ ପୁନଃ ନିଯୁକ୍ତିକୁ ଆସନ୍ତା ଡିସେମ୍ବର ୧୦ ତାରିଖରୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ନଚେତ ଆଗାମୀ ଆଦେଶ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମୋଦିଙ୍କ ସରକାରରେ ଶକ୍ତିକାନ୍ତ ଦାସ ଏପରି ପ୍ରଥମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଯାହାଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଶକ୍ତିକାନ୍ତ ବିତ୍ତ ମନ୍ତ୍ରାଳୟରେ ଆର୍ଥିକ ମାମଲାର ସଚିବ ଥିଲେ । ଗତ ୨୦୧୮ ଡିସେମ୍ବର ୧୧ ତାରିଖରେ ତାଙ୍କୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା। ସେ ଅର୍ଥ, କର, ଉଦ୍ୟୋଗ ଆଦି କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଛନ୍ତି ।

Comments are closed.