ଜଙ୍ଗଲ ସୁରକ୍ଷା ପାଇଁ ଏମିତି କହିଲେ ସୁପ୍ରିମକୋର୍ଟ

ପୃଥିବୀ କେବଳ ମଣିଷର ନୁହେଁ। ଏହା ଉପରେ ମଣିଷ ସମେତ ଜୀବଜନ୍ତୁଙ୍କର ବି ଅଧିକାର ରହିଛି। ତେଣୁ ଯେକୌଣସି ମୂଲ୍ୟ ଦେଇ ବି ଆମକୁ ଜଙ୍ଗଲକୁ ରକ୍ଷା କରିବାକୁ ପଡ଼ିବ ।’ ଏକ ମାମଲାର ଶୁଣାଣି କରି ଏପରି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଆନ୍ଧ୍ର ପ୍ରଦେଶର ମହମ୍ମଦ ଅବଦୁଲ କ୍ୱାସିମ ନାମକ ବ୍ୟକ୍ତି ୧୯୮୦ ମସିହାରୁ ଏକ ଜଙ୍ଗଲ ଜମିକୁ ନିଜ ନାମରେ କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି। ତେଲେଙ୍ଗାନା ସରକାର ଏହି ମାମଲାରେ ବିବାଦୀୟ ପକ୍ଷ ନେଉଥିବାରୁ ସୁପ୍ରିମ କୋର୍ଟ ୫ ଲକ୍ଷର ଜରିମାନା ପକାଇଛନ୍ତି। ଜଷ୍ଟିସ୍‌ ଏମ୍‌ ଏମ୍‌ ସୁନ୍ଦ୍ରେଶ ଓ ଏସ୍‌ ଭି ଏନ୍‌ ଭାତିଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ତେଲେଙ୍ଗାନା ସରକାରଙ୍କ ଉପରେ ବର୍ଷିଥିଲେ।

ଏନେଇ ସୁପ୍ରିମକୋର୍ଟ ବିଚାରପତି କହିଛନ୍ତି, ପରିବେଶର ସୁରକ୍ଷା କରିବା ସହ ଆମେ ଜଙ୍ଗଲ ତଥା ଧରା ପୃଷ୍ଠରେ ଥିବା ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାକୁ ବଦ୍ଧ ପରିକର ହେବା ଆବଶ୍ୟକ। ପାଣିପାଗ ପରିବର୍ତ୍ତନ ପରି ବଡ଼ ବିପଦରୁ ଦେଶ ତଥା ପୃଥିବୀକୁ ରକ୍ଷା କରିବା ନିମନ୍ତେ ଆମକୁ ଜଙ୍ଗଲକୁ ରକ୍ଷା କରିବାକୁ ପଡ଼ିବ। କାରଣ ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି।

Comments are closed.