ଆସିଲା ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ବିଜୁ ଜନତା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି, ବରୀରୁ ବିଶ୍ବରଂଜନ ମଲ୍ଲିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି।

ସପ୍ତମ ପର୍ଯ୍ୟାୟରେ ମୋଟ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏବେ ମଧ୍ୟ ବିଜେଡି ପକ୍ଷରୁ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଅର୍ଥାତ ଏବେ ସୁଦ୍ଧା ବିଜେଡି ୧୪୧ ଆସନ ପାଇଁ ଏହାର ଯୋଦ୍ଧାଙ୍କୁ ରଣଭୂମୀରେ ଅବତୀର୍ଣ କରି ସାରିଛି।

Comments are closed.