ଓମାନ ସୁଲତାନ ଭାରତ ଗସ୍ତରେ

ନୂଆଦିଲ୍ଲୀ,: ଆରବ ଦେଶର ସର୍ବ ପୁରାତନ ସ୍ବାଧୀନ ରାଷ୍ଟ୍ର ଓମାନର ସୁଲତାନ ହୈଥମ ବିନ ତାରିକ ତାଙ୍କର ପ୍ରଥମ ରାଜକୀୟ ଗସ୍ତରେ ଭାରତରେ ପହଞ୍ଚିଛନ୍ତି। ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ବାଗତ କରଛନ୍ତି।
୩ ଦିନିଆ ଭାରତ ଗସ୍ତରେ ସୁଲତାନ ହୈଥମ ବିନ ତାରିକ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ କେନ୍ଦ୍ର ବିଦେଶ ରାଜ୍ୟ ମନ୍ତ୍ରୀ ଭି. ମୁରଲୀଧରନ ସ୍ବାଗତ କରିଥିଲେ। ଏହି ଗସ୍ତ ଭାରତ ଏବଂ ଓମାନ ମଧ୍ୟରେ ବନ୍ଧୁତା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ।
ଗସ୍ତର ପ୍ରଥମ ଦିନରେ ସୁଲତାନ ବର୍ହିବ୍ୟାପାର ମନ୍ତ୍ରୀ ଡ. ଏସ ଜୟଶଙ୍କରଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟ ଦେଶ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଜୟଶଙ୍କର କହିଛନ୍ତି ଯେ ଭାରତ ଏବଂ ଓମାନ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୁଲତାନଙ୍କ ମାର୍ଗଦର୍ଶନକୁ ଗୁରୁତ୍ୱ ଦେଇଥାଏ। ଏହି ରାଜକୀୟ ଗସ୍ତ ଆରମ୍ଭରେ ଓମାନର ମହାରାଜା ସୁଲତାନ ହୈଥମ ବିନ ତାରିକଙ୍କୁ ଭେଟିବା ଏକ ଗୌରବର ବିଷୟ।
ସୂଚନାଯୋଗ୍ୟ, ଚଳିତ ବର୍ଷ ବିଦେଶ ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ ଓମାନ ଗସ୍ତରେ ଯାଇଛନ୍ତି। ୧୮-୧୯ ଅକ୍ଟୋବରରେ ସୁଲତାନ ତାଙ୍କର ଗସ୍ତ ପରେ ଭାରତରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ତାଙ୍କର ଏହି ଗସ୍ତ ଭାରତ ଓ ଓମାନ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ବନ୍ଧୁତାକୁ ଆହୁରି ଗଭୀର କରିବାରେ ମଧ୍ୟ ପ୍ରଭାବଶାଳୀ ହେବ। ଓମାନ ୧୫୦ରୁ ଅଧିକ କାର୍ଯ୍ୟ ଗୋଷ୍ଠୀ ବୈଠକରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଓମାନର ୯ଜଣ ମନ୍ତ୍ରୀ ଜି -୨୦ଦେଶର ମନ୍ତ୍ରୀସ୍ତରୀୟ ବୈଠକରେ ଭାଗ ନେଇଥିଲେ।

Comments are closed.