ମରଣ ଯନ୍ତାରେ ପରିଣତ ହୋଇଛି ଫୁର୍ତ୍ତବିଭାଗର ରାସ୍ତା

ଫୁର୍ତ୍ତବିଭାଗର ରାସ୍ତା ମରଣ ଯନ୍ତାରେ ପରିଣତ ହୋଇଛି ସମସ୍ତ ଜନସାଧାରଣଙ୍କ ଗମନା ଗମନର ସୁବିଧା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ରାଜ୍ୟ ଫୁର୍ତ୍ତ ବିଭାଗ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବୋଲଗଡ ବ୍ଲକ ଅଞ୍ଚଳରେ ତାହା ସୁଫଳ ମିଳୁ ନାହିଁ ।

ଫୁର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଫୁର୍ତ୍ତ ବିଭାଗର ରାସ୍ତା ନିମ୍ନ ମାନର କରାଯାଉଅଛି l ଫଳରେ ଏହି ରାସ୍ତା ଦୀର୍ଘ ସ୍ଥାୟୀ ହୋଇପାରୁନାହିଁ l ରାଜସୁନାଖଳା ଠାରୁ ଭାୟା ବାଂକୋଇ ଦେଇ ଭାପୁର ପର୍ଯ୍ୟନ୍ତ ଯାଇଥିବା ଫୁର୍ତ୍ତ ବିଭାଗ ରାସ୍ତା ଟି ଗତବର୍ଷ କୋଟି କୋଟି ଟଙ୍କା ଆର୍ଥିକ ଅନୁଦାନରେ ନିର୍ମାଣ ହୋଇଥିଲେ ମଧ୍ୟ ତାହା ମରଣ ଯନ୍ତାରେ ପାଲିଟିଛି l ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଚାରି ଫୁଟ ଓସାରରେ ଗମନା ଗମନ ସୁବିଧା ପାଇଁ ମୋହରମ ପଡ଼ିବାର ନିୟମ ଥିଲେ ମଧ୍ୟ ତାହା ପକାଯାଇ ନାହିଁ ।

ଏବଂ ବିପଦ ଶଂକୁଳ ସ୍ଥାନରେ ଗାଡ଼ୱାଲ ନିର୍ମାଣ କରାଯାଇ ନାହିଁ । ହାଟବସ୍ତ ଗ୍ରାମ ଠାରେ ନିମ୍ନ ମାନର ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିବାରୁ ବିଭିନ୍ନ ସ୍ଥାନରେ ମେଣ୍ଟାଲ,ଚିପ୍ସ ଉଠିଯାଇ ଲୁହା ରଡ଼ ଦେଖାଗଲାଣି । ବର୍ଷା ଦିନେ ଏହି ସ୍ଥାନରେ ବର୍ଷା ଜଳ ଜମି ରହୁଥିବାରୁ ଫୁର୍ତ୍ତ ବିଭାଗର ଠିକାଦାରଙ୍କ ଦ୍ୱାରା ପୁନର୍ବାର ମେଣ୍ଟାଲ ଚିପ୍ସ ସିମେଣ୍ଟ ଦେଇ ରାସ୍ତା ମରାମତି କରାଯାଇଥିଲେ ମଧ୍ୟ ବର୍ତମାନ ତାହା ଖାଲ ଢିପରେ ପରିଣତ ହୋଇ ବିପଦ ସୃଷ୍ଟି କରିଛି ।

ଏହି ରାସ୍ତାରେ ପ୍ରତିଦିନ ବୈଦେଶ୍ଵର ବାଲିଘାଟରୁ ଶହ ଶହ ବଲି ଟ୍ରକ ରାଜସୁନାଖଳା ଦେଇ ବିଭିନ୍ନ ଅଞ୍ଚଳକୁ ପଠାଯାଉଛି ।ଏବଂ ପ୍ରତିଦିନ ଅନେକ ବ୍ୟବସାୟୀ, ଜନସାଧାରଣ, ଛାତ୍ରଛାତ୍ରୀ, ରୋଗୀମାନେ ରାଜସୁନାଖଳା ଅଞ୍ଚଳକୁ ଯାତାୟତ କରୁଅଛନ୍ତି । ଏହି ଫୁର୍ତ୍ତ ବିଭାଗର ରାସ୍ତାରେ ନିର୍ମାଣ କାର୍ଯ୍ୟର କୌଣସି ସୂଚନା ଫଳକ ନାହିଁ । ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳା ରାଣା ଓ ଫୁର୍ତ୍ତ ବିଭାଗର ଉଚ୍ଚ କର୍ତ୍ତ୍ୟୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଠକ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜନସାଧାରଣ ଦୃଢ଼ ଦାବୀ କରିଅଛନ୍ତି l ପୋର୍ଟାଲ ନ୍ୟୁଜ

Comments are closed.