ବନୀକରଣ ବିନା ଜଳୁଛି ଜାତୀୟ ରାଜପଥ

(ମହକ ନ୍ୟୁଜ ):  ବୃକ୍ଷ ହେଉଛି ଜୀବନ ।ବୃକ୍ଷ ବିନା ପ୍ରାଣୀଜଗତ ଓ ଜୀବଜଗତ ତିଷ୍ଟିବା ସମ୍ଭବ ନୁହେଁ । ଗଛ ବଞ୍ଚିଲେ ସୁସ୍ଥ ପରିବେଶ ସହିତ ତାପମାତ୍ରା ନିୟନ୍ତ୍ରଣ ରୁହେ ।ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ପଥପାଶ୍ଵି ଓ ଜାତୀୟ ରାଜପଥ ବନୀକରଣ କରିବା ନିମନ୍ତେ କୋଟି କୋଟି ଟଙ୍କା ରାଜସ୍ବ ଖର୍ଚ୍ଚ କରୁଅଛନ୍ତି ।ବୋଲଗଡ ବ୍ଲକ ଅଞ୍ଚଳରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜ୍ୟ ବନ ବିଭାଗ ପକ୍ଷରୁ ଚାରା ରୋପଣରେ ଜଙ୍ଗଲ ଜାଗା ,ସରକାରୀ ପଡିଆ, ପଥ ପାର୍ଶ୍ଵରେ ଚାରା ରୋପଣ , ଚାରା ପାଶ୍ୱର୍ରେ ସୁରକ୍ଷା ବାଡ, ଜଳ ସିଞ୍ଚନ ଆଦି କାର୍ଯ୍ୟରେ ବହୁ ଅର୍ଥ ବିନିଯୋଗ କରାଯିବାର ନୀୟମ୍ ଥିଲେ ମଧ୍ୟ ତାହା କରାଯାଉ ନାହିଁ ।

ଜାତୀୟ ରାଜପଥ ବନୀକରଣ ଦ୍ଵାରା ରାସ୍ତାର ମାଟି ସୁରକ୍ଷା,ଖରାଦିନେ ପଥିକ ମାନଙ୍କ ପାଇଁ ଖରା ତାପରୁ ରକ୍ଷା , ବଡ଼ ଗଛ ଗୁଡ଼ିକୁ ବିକ୍ରୀ କରିବା ଫଳରେ ରାଜସ୍ବ ଆଦାୟ ସହିତ ପରିବେଶ ସନ୍ତୁଳନ ପାଇଁ ଗଛର ଅମୂଲ ଦାନ ରହିଛି। ବୋଲଗଡ ବ୍ଲକ ଅଞ୍ଚଳର ଫିରିଫିର ଠାରୁ ଭିମପଡ଼ା ,ମାଳିସାହି ରୁ ବୋଲଗଡ ରାସ୍ତା , ଖଙ୍ଗୁରିଆ ଗ୍ରାମରୁ ଅରଖପଲ୍ଲୀ ରାସ୍ତା , କଳାଙ୍ଗ ଗ୍ରାମରୁ ମାଣିକାଗୋଡ଼ା , ଦୀଘିରି ରୁ ଝିକିମିକି ରାସ୍ତା , ଟୀକାତାଳ ରୁ ମାଣିବନ୍ଧ, ପିଚୁକୁଳି ରୁ ଦେଉଳି ଛକ ସହିତ ପ୍ରାୟ ଗ୍ରାମ୍ୟ ମୁଖ୍ୟ ସଂଯୋଗ ରାସ୍ତା ଗୁଡ଼ିକ ରାସ୍ତା ବନୀକରଣ ନ ହେବା ଫଳରେ ଗ୍ରୀଷ୍ମ ଋତୁରେ ଯାତାୟାତ କରିବା କଷ୍ଟକର ହୋଇପଡ଼ିଛି।ଅନ୍ୟପଟେ ବୋଲଗଡ ବ୍ଲକ ଦେଇ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ୱର୍ ଜାତୀୟ ରାଜପଥର ନୂତନ ରାସ୍ତା ନିର୍ମାଣରେ ରାସ୍ତା କଡ଼ରେ ଥିବା ପୂରାତନ ଗଛ ଗୁଡ଼ିକୁ କଟା ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜାତୀୟ ରାଜପଥ ପାଶ୍ଵି ବନୀକରଣ ହୋଇ ପାରିଲା ନାହିଁ।

ବୋଲଗଡ ବ୍ଲକ ଆରମ୍ଭ ସୀମା ବିଜୁପୁର ଦୋଷମାଳି) ଛକ ଠାରୁ ଟିକାତାଳ ୨୨କି.ମି ରାଜପଥ ଗଛ ବିନା ଶ୍ରୀହୀନ ହେବା ଫଳରେ ଗ୍ରୀଷ୍ମ ଋତୁରେ ଛାଇ ନଥିବାରୁ ଦିନ ୮ଟା ସମୟ ହେଲେ ବାଟୋଇ ମାନଙ୍କ ପକ୍ଷରେ ଯାତାୟାତ କରିବା କଷ୍ଟକର ହୋଇପଡିଛି।ଏହି ରାସ୍ତା ଗୁଡ଼ିକୁ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଅନୁଧ୍ୟାନ କରି ବନୀକରଣ କରିବା ନିମନ୍ତେ ବୋଲଗଡ ଅଞ୍ଚଳବାସୀ ଅନୁରୋଧ କରିଅଛନ୍ତି। ପୋର୍ଟାଲ ନ୍ୟୁଜ

Comments are closed.