ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କଲେ ରାଜସ୍ଥାନ ସରକାର

ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିନିମନ୍ତେ ସମଗ୍ର ଦେଶ ରାମମୟ ହୋଇ ଉଠିଥିବା ବେଳେ ସବୁଠି ଶୁଣିବାକୁ ମିଳିଛି ରାମ ଧ୍ୱନୀ। ଏପରି ସ୍ଥିତିରେ କେନ୍ଦ୍ର ସରକାର ଉକ୍ତ ଦିନ ହାଫ୍‌-ଡେ ଛୁଟି ଘୋଷଣା କରିଥିବା ବେଳେ ରାଜସ୍ଥାନରେ ବି ଘୋଷଣା ହୋଇଛି ସମାନ ଛୁଟି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଉକ୍ତ ଦିନ ରାଜ୍ୟରେ ହାଫ-ଡେ ଛୁଟି ଘୋଷଣା କରିଛନ୍ତି।

ରାଜସ୍ଥାନ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏହି ଅବସରରେ ବିଧାୟକ ଆସନ୍ତା ୨୨ ତାରିଖରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏନେଇ ଭଜନ ଲାଲ ସୂଚନା ଦେଇଛନ୍ତି।

Comments are closed.