ରାମ ମନ୍ଦିର ଫଟୋ ସେୟାର କଲେ ପାକିସ୍ତାନ ଖେଳାଳି

ନୂଆଦିଲ୍ଲୀ,୧୯।୧: ସାରା ବିଶ୍ୱରେ ରାମ ମନ୍ଦିର ବିଷୟରେ ଚର୍ଚ୍ଚା ହେଉଛି। ଭଗବାନ ରାମ ରାମନଗରୀକୁ ଆସୁଥିବାରୁ ସମସ୍ତେ ଖୁସି ଅଛନ୍ତି। ଏହି ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କନେରିଆ ରାମ ମନ୍ଦିର ଉପରେ ଏକ ବିବୃତ୍ତି ଦେଇଛନ୍ତି। ସେ ରାମଲାଲାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି।

ପ୍ରକୃତରେ ଗୁରୁବାର ରାମଲାଲାଙ୍କ ନୂତନ ପ୍ରତିମା ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯାଇଛି। ଗତକାଲି ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ସମସ୍ତେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ସମୟରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଭେଟେରାନ ଲେଗ ସ୍ପିନର ଦାନିଶ କନେରିଆ ମଧ୍ୟ ନୂତନ ପ୍ରତିମୂର୍ତ୍ତିର ଫଟୋ ଶେୟାର କରି ଏକ ଚମତ୍କାର କ୍ୟାପଶନ ଲେଖିଛନ୍ତି ।

ସୋସିଆଲ ମିଡିଆ ସାଇଟ ଏକ୍ସରେ ଦାନିଶ ଲେଖିଛନ୍ତି, ମୋ ରାମଲାଲା ବିରାଜମାନ ହୋଇଛନ୍ତି। ତେବେ ପ୍ରଥମ ଥର ପାଇଁ ରାମ ମନ୍ଦିର ଉପରେ କନେରିଆ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି। ଏହା ପୂର୍ବରୁ ମଧ୍ୟ ରାମ ମନ୍ଦିର ଉପରେ ଅନେକ ଥର ପ୍ରତିକ୍ରିୟା ଦେଇଛନ୍ତି। ଏହାପୂର୍ବରୁ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ବିଶେଷ ଛୁଟି ପ୍ରଦାନ କରିଥିବାରୁ ମରିସସ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

Comments are closed.