ମମତାଙ୍କ ଉପରେ ବର୍ଷିଲେ ଶୁଭେନ୍ଦୁ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଆଧିକାରୀ ତାଙ୍କ ବିବୃତ୍ତି ସବୁବେଳେ ଖବରରେ ରହିଥାନ୍ତି। ଏବେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଏକ ବଡ଼ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ମମତା ବାନାର୍ଜୀଙ୍କୁ ‘ଦିଦି’ ବୋଲି କହିବା ବନ୍ଦ କରିବା ଉଚିତ, ସେ ବର୍ତ୍ତମାନ ‘ଆଣ୍ଟି’ ହୋଇଗଲେଣି।

ବିଧାନସଭା ନିର୍ବାଚନରେ ଯେତେବେଳେ ମୁଁ ତାଙ୍କୁ ନନ୍ଦିଗ୍ରାମରେ ପରାସ୍ତ କରିଥିଲି, ସେତେବେଳେ ସେ ଏତେ ରାଗି ଯାଇଥିଲେ ଯେ ସେ ମୋ ବିରୋଧରେ ୪୨ ଟି ମାମଲା ଦାଏର କରିଥିଲେ। ସେ ଜଣେ ଅତି ନିଷ୍ଠୁର ମହିଳା। ପଶ୍ଚିମବଙ୍ଗରେ ଯାହା ଘଟେ, ମମତାଙ୍କ ପୃଷ୍ଠପୋଷକତାରେ ହିଁ ଘଟିଥାଏ। ସିରିଆରେ ଯାହା ଘଟୁଛି, ପଶ୍ଚିମବଙ୍ଗରେ ମଧ୍ୟ ସେଭଳି ଘଟଣା ଘଟୁଛି । ତାଙ୍କ ବିରୋଧରେ ବିଜେପି ସରକାର ଏକ ଫ୍ରଣ୍ଟ ଖୋଲିଛି, ଯାହାର ଉଦ୍ଦେଶ୍ୟ ନିଶ୍ଚିତ ଭାବେ ହାସଲ ହେବ।

 

Comments are closed.