ସୁଦର୍ଶନ ସେତୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଅଛନ୍ତି। ସେ ରବିବାର ଭାରତର ସର୍ବବୃହତ କେବୁଲ ବିଜ୍ ସୁଦର୍ଶନ ସେତୁ ଲୋକାର୍ପିତ କରିଛନ୍ତି। ଏହା ଓଖା ସହିତ ଦ୍ୱାରକା ଦ୍ୱୀପକୁ ସଂଯୋଗ କରିବ। ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେଏହା ନିର୍ମିତ ହୋଇଛି। ଦ୍ୱାରକାଧିଶ ମନ୍ଦିର ପରିଦର୍ଶକମାନଙ୍କ ପାଇଁ ଏହି ସେତୁ ଗୁରୁତ୍ୱପୂର୍ଣ୍ଣ ମାର୍ଗ ପ୍ରମାଣିତ ହେବ।

ଓଖା ମେନଲ୍ୟାଣ୍ଡ୍କୁ ବେଟ୍ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ସୁଦର୍ଶନ ବ୍ରିଜ୍ ଏହି ଅଞ୍ଚଳର ସଂଯୋଗ ପାଇଁ ଏକ ନୂତନ ଅଧ୍ୟା‌ୟ ସୃଷ୍ଟି କରିବ। ସୁଦର୍ଶନ ସେତୁ ହେଉଛି ଭାରତର ଦୀର୍ଘତମ କେବୁଲ ସ୍ଥାୟୀ ସେତୁ। ଏଥିରେ ଫୁଟପାଥର ଉପର ଭାଗରେ ସୌ ର ପ୍ୟାନେଲ ଲଗାଯାଇଛି, ଯାହା ଏକ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବାକୁ ସକ୍ଷମ ହେବ। ଚାରି ଲେନ ବିଶିଷ୍ଟ ସେତୁର ଉଭୟ ପାର୍ଶ୍ୱରେ ୫୦ମିଟର ଚଉଡା ଫୁଟପାଥ ଅଛି ।

 

Comments are closed.