ପ୍ରଫେସରଙ୍କୁ ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ

ହାଇଦ୍ରାବାଦ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ଏହି ଘଟଣା ଘଟିଥିଲା ଯେଉଁଥିରେ ଜଣେ ଥାଇ ଛାତ୍ରୀଙ୍କୁ ପ୍ରଫେସର ଯୌନ ନିର୍ଯାତନା ଦେଇ ପିଟିଥିବା ଅଭିଯୋଗ ହୋଇଥିଲା। ଗାଚିବୋଲି ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଶନିବାର ସକାଳେ ସେମାନେ ପୀଡିତା ଛାତ୍ରୀଙ୍କ ଠାରୁ ଅଭିଯୋଗ ପାଇଥିଲେ ଯେ ପ୍ରଫେସର ତାଙ୍କୁ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ ଏବଂ ଯେତେବେଳେ ସେ ପ୍ରତିରୋଧ କରିଥିଲେ, ସେ ତାଙ୍କୁ ପିଟିଥିଲେ।
ଅଭିଯୋଗକୁ ଆଧାର କରି ପୁଲିସ ଅଧିକାରୀ କହିଛନ୍ତି, ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ପ୍ରଫେସର ତାଙ୍କୁ କିଛି ସମୟ ଧରି ଯୌନ ଉତ୍ପୀଡ଼ନ କରୁଥିଲେ। ପ୍ରଫେସରଙ୍କ ବିରୋଧରେ ଧାରା ୩୫୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି ବୋଲି ପୁଲିସ କହିଛି।

ଏହି ଘଟଣାର ପ୍ରତିବଦେରେ ବହୁ ସଂଖ୍ୟକ ଛାତ୍ର କ୍ୟାମ୍ପସ ବାହାରେ ଏକତ୍ରିତ ହୋଇଥିଲେ ଏବଂ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ସ୍ଲୋଗାନ ଦେଇଥିଲେ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜଣେ ଛାତ୍ରଙ୍କ କହିବା ନୁସାରେ, ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଶୁକ୍ରବାର ରାତିରେ କ୍ୟାମ୍ପସରେ ଏକ ସପ୍ତାହାନ୍ତ ଭୋଜି କରିଥିଲେ ଯେଉଁଥିରେ କିଛି ଅଧ୍ୟାପକ ଯୋଗ ଦେଇଥିଲେ। ଛାତ୍ର ଜଣକ କହିଛନ୍ତି, ଏକାଠି ହେବା ସମୟରେ ପ୍ରଫେସର ଥାଇ ଛାତ୍ରୀଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ ଏବଂ ସେ ଏହାର ପ୍ରତିରୋଧ କରିଥିଲେ।

Comments are closed.