ରୋହିଙ୍ଗ୍ୟାଙ୍କୁ ନେଇ ଏମିତି କହିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଚିନ୍ତା ପ୍ରକଟ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଲେ ‘ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ ପାଲଟିଛନ୍ତି। ଏହି ସମସ୍ୟାର ସମାଧାନ କେବଳ ଭାରତ ହିଁ କରିପାରିବ। ସେ ହିଁ ଏହି ସମସ୍ୟା ସମାଧାନର ବାଟ ଖୋଜି ବାହାର କରିପାରିବ।’ ଆଜି ଏଭଳି କିଛି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା।
ଆସନ୍ତା ୫ ତାରିଖରେ ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ତେବେ ଭାରତ ଗସ୍ତ ପୂର୍ବରୁ ସେ ରୋହିଙ୍ଗ୍ୟା ମୁସଲମାନଙ୍କୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ବାଂଲାଦେଶରେ ଏକ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଅଛନ୍ତି। ତେଣୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଓ ପଡୋଶୀ ଦେଶ ଏନେଇ କିଛି ପଦକ୍ଷେପ ନେବା ଉଚିତ।
ରୋହିଙ୍ଗ୍ୟା ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ବାଂଲାଦେଶ ସରକାର କ୍ରମାଗତ ଭାବେ ଆନ୍ତର୍ଜାତୀୟ ସମୁଦାୟ ସହିତ କଥାବାର୍ତ୍ତା କରୁଛନ୍ତି। ବାଂଲାଦେଶରେ ଲକ୍ଷ ଲକ୍ଷ ରୋହିଙ୍ଗ୍ୟାଙ୍କ ଉପସ୍ଥିତି ତାଙ୍କ ଶାସନ ପାଇଁ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଭାରତ ସମେତ ଅନ୍ତର୍ଜାତୀୟ ସମୁଦାୟ ଏମାନ ବାବଦରେ କିଛି ପଦକ୍ଷେପ ଗ୍ରହଣ କରିବା ଜରୁରୀ, ଯାହା ଦ୍ୱାରା ସେମାନେ ନିଜ ଘରକୁ ଫେରିପାରିବେ ବୋଲି ଶେଖ୍ ହସିନା କହିଛନ୍ତି।
Comments are closed.