ଆକାଶ ଛୁଇଁ ପରିବା ଦର

ମାର୍ଚ୍ଚ ମାସରେ ହୋଲସେଲ ମହଙ୍ଗା(ମୁଦ୍ରାସ୍ଫୀତି) ହାର ବୃଦ୍ଧି ପାଇ ୦.୫ ପ୍ରତିଶତରେ ପହଞ୍ଚିଛି। ଫେବୃଆରୀ ମାସରେ ଏହା ୦.୨ ପ୍ରତିଶତ ଥିଲା। ଏହି ରିପୋର୍ଟ ସୋମବାର ସରକାର ପ୍ରକାଶ କରିଛନ୍ତି।

ସୋମବାର ପ୍ରକାଶିତ ବାଣିଜ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ମାସରେ ହୋଲସେଲ ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ବାର୍ଷିକ ୦.୫୩ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଫେବୃଆରୀରେ ୦.୨୦ ପ୍ରତିଶତ ଥିଲା।

ଫେବୃଆରୀରେ ହୋଲସେଲ ପିଆଜ ମୂଲ୍ୟ ୨୯.୨୨ ପ୍ରତିଶତ ବୃଦ୍ଧି ପାଇ ମାର୍ଚ୍ଚରେ ୫୬.୯୯ ପ୍ରତିଶତ ବୃଦ୍ଧି ପାଇଛି। ପରବର୍ତ୍ତୀ ଖରିଫ ଫସଲ ଅମଳ ପର୍ଯ୍ୟନ୍ତ ଭାରତ ପିଆଜ ଯୋଗାଣରେ ଏକ ପ୍ରମୁଖ ଅଭାବର ସମ୍ମୁଖୀନ ହୋଇପାରେ।

ଏହି ସମୟରେ, ଆଳୁର ହୋଲସେଲ ମୂଲ୍ୟ ସୂଚକାଙ୍କ ମାର୍ଚ୍ଚରେ ୫୨.୯୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଫେବୃଆରୀରେ ୧୫.୩୪ ପ୍ରତିଶତ ଥିଲା। ତଥ୍ୟ ଅନୁଯାୟୀ, ଏକ ବର୍ଷ ପୂର୍ବେ ମାର୍ଚ୍ଚ ମାସରେ ପିଆଜର ହୋଲସେଲ ମୂଲ୍ୟ ୩୬.୮୩ ପ୍ରତିଶତ ଏବଂ ଆଳୁର ମୂଲ୍ୟ ୨୫.୫୯ ପ୍ରତିଶତ ହ୍ରାସ ପାଇଥିଲା।

Comments are closed.