ପଦ୍ମ ଧରିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି।

ଗତ ୧୧ ତାରିଖରେ ଜ୍ୟୋତି ବିଜେଡି ଛାଡ଼ିଥିଲେ। ଜ୍ୟୋତି ପାଣିଗ୍ରାହୀ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ। ସେ ଦଳ ଛାଡ଼ିବା ପରେ ବିଜେଡି ଉପରେ ବର୍ଷିଥିଲେ।

ଜ୍ୟୋତିଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି। ସେ ମଧ୍ୟ ଜ୍ୟୋତିଙ୍କ ସହ ବିଜେଡି ଛାଡ଼ିଥିଲେ। ଏହି ମିଶ୍ରଣ ପର୍ବରେ ବିଜେଡି ସମ୍ପାଦକ ସରୋଜ ସାହୁ, ନୂଆପଡା ଜିଲ୍ଲା ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡାଙ୍କ ସମେତ ବିଜେଡି ଛାଡିଥିବା ଅନେକ ନେତା ବିଜେପିରେ ଯୋଗ ଦେଇଛନ୍ତି।

Comments are closed.