ହ୍ରାସ ପାଇଲା ଗହମର ମୂଲ୍ୟ

ନୂଆଦିଲ୍ଲୀ: ଦେଶରେ ଅଟା ଏବଂ ଗହମ ମୂଲ୍ୟ ଅଧିକ ରହିଛି। ଏହାର ମୂଲ୍ୟ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଜି ଗହମ ମୂଲ୍ୟ ହ୍ରାସ କରିଛନ୍ତି। ଇ-ନିଲାମ ଜରିଆରେ ସରକାର ବଡ଼ ବଡ଼ କ୍ରେତାଙ୍କୁ କ୍ବିଣ୍ଟାଲ ପିଛା ୨୩୫୦ ଟଙ୍କାର ରିଜର୍ଭ ପ୍ରାଇସ୍‌ରେ ଗହମ ବିକ୍ରି କରିବ। ଏଥସହିତ ଫ୍ରେଟ୍‌ ଚାର୍ଜକୁ ମଧ୍ୟ ସରକାର ଉଠାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଏହାଛଡ଼ା ନାଫେଡ, ଏନ୍‌ସିସିଏଫ୍‌ ଏବଂ କେନ୍ଦ୍ରୀୟ ଭଣ୍ଡାର ଭଳି ପ୍ରତିଷ୍ଠାନକୁ ଯୋଗାଇ ଦିଆଯାଉଥିବା ଗହମ ମୂଲ୍ୟ କିଲୋଗ୍ରାମ ପିଛା ୨୩ ଟଙ୍କା ୫୦ ପଇସା ପରିବର୍ତ୍ତେ ୨୧ ଟଙ୍କା ୫୦ ପଇସାକୁ ହ୍ରାସ କରାଯାଇଛି। ଗହମକୁ ଅଟାରେ ପରିଣତ କରି ଗ୍ରାହକଙ୍କୁ ସର୍ବାଧିକ ୨୯ ଟଙ୍କା ୫୦ ପଇସାରେ ଏସବୁ ପ୍ରତିଷ୍ଠାନ ଯୋଗାଇ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ବର୍ତ୍ତମାନ ସେମାନଙ୍କୁ ୨୭ ଟଙ୍କା ୫୦ ପଇସାରେ ବିକ୍ରି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅର୍ଥ ମନ୍ତ୍ରାଳୟ ସହ ବିଚାରବିମର୍ଶ କରିବା ପରେ ଖାଦ୍ୟ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି।

Comments are closed.