ପିଲା ଜନ୍ମ କରିବା ପାଇ କାନ୍ଦିକି କହିଲେ ରାଷ୍ଟ୍ରପତି

ପ୍ୟୋଙ୍ଗ୍‌ୟାଙ୍ଗ୍‌: ଦେଶରେ ହ୍ରାସ ପାଉଥିବା ଜନ୍ମହାର ମୁକାବିଲା କରିବା ଲାଗି ଅଧିକ ସନ୍ତାନସନ୍ତତି ଜନ୍ମ କରିବା ଲାଗି ନାରୀମାନଙ୍କୁ ନିବେଦନ କରିବା ବେ‌ଳେ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କାନ୍ଦି ପକାଇ ଥିବା କଥା କ‌େତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ରିପୋର୍ଟରେ ଉଲ୍ଲେଖ ଅଛି, ରବିବାର ଦିନ ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ରେ ଆୟୋଜିତ ‘ନ୍ୟାସ୍‌ନାଲ୍‌ ମଦର୍ସ ମିଟିଙ୍ଗ୍‌’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ୩୯ ବର୍ଷିୟ କିମ୍‌ କହିଛନ୍ତି ଜାତୀୟ ଶକ୍ତିକୁ ସୁଦୃଢ଼ କରିବା ନାରୀମାନଙ୍କର କର୍ତ୍ତବ୍ୟ ଅଟେ।

ନାରୀମାନଙ୍କ ଉଦ୍ଦେଶ୍ୟରେ ଏହା କହିବା ବେଳେ କିମ୍‌ଙ୍କ ଆଖି ଲୁହ ଛଳ ଛଳ ହୋଇଯାଉଥିବା ଓ ସେ ରୁମାଲ ନେଇ ଆଖି ଉପରେ ଥାପୁଥିବାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏଥିରେ କିମ୍‌ କହୁଛନ୍ତି, ଜନ୍ମହାର ହ୍ରାସ ଅଟକାଇବା ଓ ଭଲ କରି ପିଲାମାନଙ୍କର ଲାଳନପାଳନ କରିବା ହେଉଛି ଆମର ଘରକରଣା କର୍ତ୍ତବ୍ୟ। ମାଆମାନଙ୍କ ସହିତ ଆମେମାନେ ବି ପିଲାମାନଙ୍କର ଦେଖାଶୁଣା କରିବା ଆବଶ୍ୟକ।

Comments are closed.