ଟ୍ରାକରୁ ଖସିଲା ପାସେଞ୍ଜର ଟ୍ରେନ୍
କୋରାପୁଟ : ଲାଇନଚ୍ୟୁତ ହେଲା ବିଶାଖାପାଟଣା-ଜଗଦଲପୁର ୦୮୮୫ ପାସେଞ୍ଜର ଟ୍ରେନ୍ । କୋରାପୁଟ ଜିଲ୍ଲା ଜୟପୁର ନିକଟରେ ଛତ୍ରିପୁଟ ପାଖରେ ଏହି ପାସେଞ୍ଜର ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଏହି ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଛି ।
ତେବେ କିପରି ଏହି ଘଟଣା ଘଟିଲା, ସେ ନେଇ କିଛି ସୂଚନା ମିଳିପାରିନାହିଁ । ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ସେଠାରେ ଜୟପୁର ଓ ଛତ୍ରିପୁଟ ରେଳ ଷ୍ଟେସନର ରେଳ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚିଛନ୍ତି । ଲାଇଚ୍ୟୁତ୍ ବଗି ଗୁଡିକୁ ସେଠାରୁ ନହଟାଇବ ପର୍ଯ୍ୟନ୍ତ ଏହି ରୁଟରେ ଅନ୍ୟ କୌଣସି ଟ୍ରେନ୍ ଚଳାଚଳ ସମ୍ଭବ ନାହିଁ ।
Comments are closed.